fbpx

ଖୁବ ଶୀଘ୍ର ଋଷ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ ଭାରତ: ମୁହଁ ଖୋଲିଲେ ବିଶେଷଜ୍ଞ

ସାରା ବିଶ୍ୱରେ ଏବେ ୟୁକ୍ରେନ ସଂକଟକୁ ନେଇ ଚାଲିଛି ଚର୍ଚ୍ଚା । କଳ୍ପନାଜଳ୍ପନାଠାରୁ ବହୁ ଦୂରରେ ରହିଛି । ଏହି ଦୁଇ ରାଜ୍ୟକୁ ଏକ ପୃଥକ ଦେଶ ଭାବରେ ସ୍ୱୀକୃତ ଦେବା ପରେ ଋଷ ବିଦ୍ରୋହୀମାନଙ୍କୁ ଖୋଲାଖୋଲି ଭାବେ ସାମରିକ ସହାୟତା ଯୋଗାଇ ଦେଉଛି । ତେଣୁ ଏବେ ଆମେରିକାଠାରୁ ଆରମ୍ଭ କରି ବ୍ରିଟେନ, ଜାପାନ ଏବଂ ଅଷ୍ଟ୍ରେଲିଆ ପ୍ରମୁଖ ଋଷ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଏହାପରେ ନଜର ଏବେ ଭାରତ ଉପରେ । କେବେ ଋଷ ଉପରେ ପଦକ୍ଷେପ ନେବ ଭାରତ? ସେ ନେଇ ଉଠିଛି ପ୍ରଶ୍ନ ।

ଏପର୍ଯ୍ୟନ୍ତ ଭାରତ ଋଷ-ୟୁକ୍ରେନ କଳହ ମଧ୍ୟରେ ନବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ଏଇଟା କେତେ ଦୂର ଠିକ ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ । ତେବେ ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏମଇଏର ପୂର୍ବତନ ସଚିବ କେ.ସି. ସିଂହ । ତେବେ ତାଙ୍କ କହିବା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦ୍ଧତି ଠିକ ରହିଛି । ଋଷ ସହିତ ସୁସମ୍ପର୍କ ରଖିବାକୁ ଚାହୁଁଛି । କିନ୍ତୁ ଋଷ ସୀମାକୁ ଅତିକ୍ରମ କଲେ ଭାରତ ଏହାର ପ୍ରତିବାଦ କରିବା ଉଚିତ ।

ପ୍ରତିରକ୍ଷା ବିଶେଷଜ୍ଞ ଅବସରପ୍ରାପ୍ତ କର୍ଣ୍ଣଲ ସୈୟଦ ଅତା ହସନେନ କହିଛନ୍ତି ଯେ, ଏବେ ପରିସ୍ଥିତି ପୂର୍ବ ଭଳି ରହି ନାହିଁ । ପ୍ରଥମେ ହଙ୍ଗରୀ, ଚେକୋସ୍ଲୋୱାକିଆ ଭଳି ଦେଶ ଉପରେ ଆକ୍ରମଣ କରିଥିଲା । ଜର୍ମାନୀ, ଫ୍ରାନ୍ସ ଏବଂ ଇଟାଲୀ ଏକାଠି ହୋଇ ଋଷକୁ ଏକ ବଡ ମେସେଜ ଦେଇଥିବା କହିଛନ୍ତି କର୍ଣ୍ଣଲ ହସନେନ । ୧୧ ବିଲିୟନ ଡଲାରରେ ଯେଉଁ ଗ୍ୟାସ ପାଇପଲାଇନ ନିର୍ମାଣ କରାଯାଉଛି ସେଥିପାଇଁ ଜର୍ମାନୀ ସହମତି ଦେବ ନାହିଁ ବୋଲି ଋଷକୁ ଏହି ମେସେଜରେ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.