fbpx

ନ୍ୟୁଜିଲାଣ୍ଡକୁ ହରାଇ ଭାରତର ଦମଦାର ବିଜୟ

ଅକଲାଣ୍ଡ,୨୪ ।୧: ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ୬ ୱିକେଟରେ ନ୍ୟୁଜଲାଣ୍ଡକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ଭାରତ । ତେବେ ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପରେ ଭାରତ ଆଗରେ ୨୦୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲାଣ୍ଡ । ଭାରତ ୪ ୱିକେଟ ହରାଇ ୨୦୪ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ୫ ୱିକେଟ୍ ହରାଇ ୨୦୩ ସ୍କୋର କରିଥିଲା । ଏଥି ସହିତ ୫ଟିକିଆ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

Get real time updates directly on you device, subscribe now.