fbpx

ବକ୍ସିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କଲା ଭାରତ: ପ୍ରୀତି ପୱାର ଆଣିଲେ ସଫଳତା

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାରତର ଜଲୱା ଜାରି ରହିଛି । ଏସୀୟ କ୍ରୀଡ଼ାରେ ଦଶମ ଦିନର ଦ୍ୱିତୀୟ ପଦକ ହାସଲ କରିଛି ଭାରତ । ପ୍ରଥମେ କେନୋ ଡବଲ୍ସରେ ବ୍ରୋଞ୍ଜ ପଦକ ପାଇଥିବା ବେଳେ ବର୍ତ୍ତମାନ ବକ୍ସିଂରେ ପାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ ଆଥଲେଟିକ । ଭାରତର ମହିଳା ବକ୍ସିଂ ଷ୍ଟାର ପ୍ରୀତି ପୱାର ବକ୍ସିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରି ଭାରତର ପଦକ ସଂଖ୍ୟାରେ ବୃଦ୍ଧି କରିଛନ୍ତି ।

ଅନ୍ୟ ପକ୍ଷରେ ମହିଳା ବକ୍ସିଂ ଷ୍ଟାର ଲଭଲୀନା ବୋରଗୋହେନ ସେମି ଫାଇନାଲ ଜିତି ପଦକ ଆଶା ସୁନିଶ୍ଚିତ କରିଛନ୍ତି । ୭୫ କେ.ଜି ୱେଟରେ ଥାଇଲାଣ୍ଡର ବେସନ ମାନିକୋନଙ୍କୁ ମାତ୍ ଦେଇ ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଲଭଲୀନା । ତେବେ ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୬୨ଟି ପଦକ ହାସଲ କରିସାରିଛି । ଏହି ୬୨ଟି ପଦକ ଜିତିବା ପରେ ଏବେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

Get real time updates directly on you device, subscribe now.