fbpx

୫୧୦୦ ଟଙ୍କା ଶସ୍ତା ହୋଇଗଲା ସୁନା: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ରେଟ୍

ନୂଆଦିଲ୍ଲୀ: ସୁନା ଓ ରୂପା ମୂଲ୍ୟରେ ଆଜି ବଡ ହ୍ରାସ ଦେଖିବାକୁ ମିଳୁଛି । ଅକ୍ଟୋବର ମାସର ଭଲ ଶୁଭାରମ୍ଭ ହୋଇଛି । ସୁନା ଦର ଖୋଲିବା ମାତ୍ରେ ହ୍ରାସ ପାଇଛି । ସୁନାର ମୂଲ୍ୟ ୫୬୬୦୦ ଟଙ୍କା ହୋଇଛି । ଦୀର୍ଘ ସମୟ ପରେ ସୁନା ମୂଲ୍ୟରେ ଏଭଳି ହ୍ରାସ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଆଜି ରୂପା ମୂଲ୍ୟ ମଧ୍ୟ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇ ୬୬,୦୦୦ ଟଙ୍କାରେ ପହଞ୍ଚିଛି ।

୫୧୫୪ ଟଙ୍କା ଶସ୍ତାରେ ମିଳୁଛି ସୁନା :-
ତେବେ ମେ’୬ ରେ ଏମସିଏକ୍ସ ଉପରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୧,୮୪୫ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା ଏବଂ ଆଜି ଏମସିଏକ୍ସ ଉପରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬୬୯୧ ଟଙ୍କାରେ ରହିଛି । ଏହି ହିସାବରେ ବର୍ତ୍ତମାନ ସୁନା ୫୧୫୪ ଟଙ୍କା ଶସ୍ତା ହୋଇଛି ।

ଏମସିଏକ୍ସରେ ଖସିଲା ସୁନା ଓ ରୂପା :-

ଆଜି ସୁନା ଓ ରୂପା ମୂଲ୍ୟରେ ବହୁତ ହ୍ରାସ ଘଟିଛି । ଏମସିଏକ୍ସରେ ସୁନା ମୂଲ୍ୟ ଆଜି ୧.୫୮ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୫୬୬୯୧ ଟଙ୍କା ରହିଛି । ଏହା ବ୍ୟତୀତ ରୂପା ମୂଲ୍ୟ ୪.୪୬ ପ୍ରତିଶତ ହ୍ରାସ ହୋଇ କିଲୋଗ୍ରାମ ପିଛା ୬୬୭୪୦ ଟଙ୍କା ହୋଇଛି ।

ବିଶ୍ୱ ବଜାରରେ ମଧ୍ୟ ଶସ୍ତା ହୋଇଗଲା ସୁନା ଓ ରୂପା:-

ବିଶ୍ୱ ବଜାରରେ ସୁନା ମୂଲ୍ୟରେ ହ୍ରାସ ମଧ୍ୟ ଦେଖିବାକୁ ମିଳିଛୁ । ଆମେରିକାରେ ସୁନା ମୂଲ୍ୟ ୦.୩୯ ପ୍ରତିଶତ ହ୍ରାସ ପାଇ ୧,୮୨୦.୬୦ ଡଲାରରେ ପହଞ୍ଚିଛି । ଏହା ବ୍ୟତୀତ ଆମେରିକାରେ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଆମେରିକାରେ ରୂପା ମୂଲ୍ୟ ୦.୨୯ ପ୍ରତିଶତ ହ୍ରାସ ହୋଇ ୨୦.୯୮ ଡଲାରରେ ପହଞ୍ଚିଛି ।

Get real time updates directly on you device, subscribe now.