fbpx

ଭାରତ-ଶ୍ରୀଲଙ୍କା ପ୍ରଥମ T-20: ଶେଷ ବଲରେ ଜିତିଲା ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ରୋମାଞ୍ଚକର ଭାବେ ବିଜୟ ହାସଲ କରିଛି । ୧୬୩ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଟିମ୍ ମାତ୍ର ୨ ରନ୍ ପାଇଁ ବିଜୟ ଲକ୍ଷ୍ୟରୁ ବଞ୍ଚିତ ହୋଇଥିଲା । ଏହି ବିଜୟ ଦ୍ୱାରା ଭାରତ ଏବେ ୧-୦ରେ ସିରିଜରେ ଆଗୁଆ ରହିଛି । ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟରେ ୧୬୨ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ୱିକେଟ କିପର ଇଶନ କିଶନ ୩୭ ରନ୍ ସଂଗ୍ରହ କରିଥିବା ବେଳେ ଶୁବମନ ଗିଲ ମାତ୍ର ୭ ରନରେ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୭, ସଞ୍ଜୁ ସାମସନ ୫, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୯, ଦୀପକ ହୁଡା ଅପରାଜିତ ୪୧ ଓ ଅକ୍ସର ପଟେଲ ଅପରାଜିତ ୩୧ ରନ୍ ସଂଗ୍ରହ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶାଙ୍କା, ଏମ. ଥିକଶାନା, ସି. କରୁଣାରନ୍ନେ, ଧନଞ୍ଜୟ ଡି’ ସିଲଭା, ଡବ୍ଲ୍ୟୁ ହସରଙ୍ଗା ପ୍ରତ୍ୟେକ ଖେଳାଳି ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଶ୍ରୀଲଙ୍କା । ମାତ୍ର ୧୨ ରନରେ ଦଳର ପ୍ରଥମ ୱିକେଟ ଭାବେ ପଥୁମ ସିସାଙ୍କ ଆଉଟ୍ ହୋଇଥିଲେ । ଏହାପରେ ଜଣଙ୍କ ପରେ ଜଣେ ଖେଳାଳି ଆଉଟ୍ ହେବାରେ ଲାଗିଥିଲେ । ଅଧିନାୟକ ଦାସୁନ ଶନାକା ୪୫ ରନ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ କରିପାରିନଥିଲେ । ଦଳ ୧୬୦ ରନରେ ସମସ୍ତ ୱିକେଟ ହରାଇଥିଲା । ଟିମ ଇଣ୍ଡିଆ ପକ୍ଷରୁ ଶିଭମ ମାଭି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଉମ୍ରାନ ମଲିକ ଓ ହର୍ଷଲ ପଟେଲ ଉଭୟେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଶେଷ ଓଭରରେ ଅକ୍ଷର ବୋଲିଂ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.