fbpx

ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ-କାଶ୍ମୀର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବରଫାବୃତ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସର୍ଚ୍ଚ ଅପରେସନ ଟିମ୍ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବିଷୟରେ କିଛି ସୂଚନା ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କୁହାଯାଉଛି ଯେ, ହେଲିକପ୍ଟରଟି ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ହେଲିପ୍ୟାଡରେ ଲ୍ୟାଣ୍ଡିଂ ସମୟରେ ଚପରଟିର ନିୟନ୍ତ୍ରଣ ବିଗିଡ଼ିଯାଇଥିଲା, ଯାହାଫଳରେ ଦୁର୍ଘଟଣା ହୋଇଭଲା । ପାଏଲଟ ଓ କୋ-ପାଏଲଟ କ୍ରାସ ହେବା ପୂର୍ବରୁ ବାହାରି ଯାଇଥିବା ଆଶା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.