fbpx

ବିଜେପିର ବମ୍ପର ବିଜୟ ପରେ ସାମ୍ନାକୁ ଆସିଲେ ପ୍ରଶାନ୍ତ କିଶୋର, ମୋଦୀଙ୍କ ରଣନୀତି ବିଷୟରେ କହିଲେ ଏମିତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟରେ କ୍ଷମତାକୁ ଫେରିବା ପରେ ଉତ୍ସବ ପାଳନ କରୁଛି ବିଜେପି। ଏହା ମଧ୍ୟରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଫଳାଫଳ ଉପରେ ଟିପ୍ପଣୀ ଦେଇଛନ୍ତି। ପ୍ରଶାନ୍ତ କିଶୋର ଶୁକ୍ରବାର କହିଛନ୍ତି, ଭାରତ ପାଇଁ ଲଢେଇ ତ ୨୦୨୪ରେ ଲଢାଯିବ ଏବଂ ଏହା କୌଣସି ରାଜ୍ୟରେ ଲଢାଯିବ ନାହିଁ। ଏହାର ଫଇସଲା ମଧ୍ୟ ସେହି ସମୟରେ ହେବ। ଏହା କୌଣସି ରାଜ୍ୟରେ ହେବ ନାହିଁ ବୋଲି ସାହେବ ବେଶ ଭଲ ଭାବେ ଏହା ଜାଣିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକର ନିର୍ବାଚନକୁ ନେଇ ମାହୋଲ ସୃଷ୍ଟି କରିବାରେ ଜୁଟିଛନ୍ତି। ଯଦ୍ଵାରା ବିରୋଧୀଙ୍କ ବିପକ୍ଷରେ ମନୋବୈଜ୍ଞାନିକ ଚାପ ପକାଯାଇ ପାରିବ। ଏହି ଭୁଲ ନେରେଟିଭର ଚକ୍କରରେ ବିରୋଧୀ ଫସନ୍ତୁ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ଏହି ପରି ପ୍ରଶାନ୍ତ କିଶୋର ସ୍ପଷ୍ଟ କରି ଦେଇଛନ୍ତି ଯେ, ବିଜେପି ୪ ରାଜ୍ୟରେ ବିଜୟ ହାସଲ ପରେ ୨୦୨୪ ପାଇଁ ମାହୋଲ ସୃଷ୍ଟି କରିବାରେ ଜୁଟି ଯାଇଛି। ଆଉ ଏହା ଜରୁରୀ ନୁହେଁ ଯେ, ସବୁ ଥର ପରି ଆପଣ ୨୦୨୪ରେ ସଫଳ ହେବେ। ଗତକାଲି ସନ୍ଧ୍ୟାରେ ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ , ୨୦୧୯ ଜିତିବା ପରେ ଲୋକେ କହିଥିଲେ, ୨୦୧୭ରେ ବିଜେପି ବଡ ବିଜୟ ପରେ ସ୍ଥିର ହୋଇ ଯାଇଥିଲା ଯେ ପରିଣାମ ଏମିତି ହିଁ ଆସିବ। ତେବେ କଣ ବର୍ତ୍ତମାନ କୁହାଯାଇ ପାରିବ ଯେ, ୨୦୨୨ ବିଜୟ ପରେ ୨୦୨୪ ପାଇଁ ସଙ୍କେତ ମିଳି ଯାଇଛି।

 

ଇଣ୍ଡିଆନ ପଲିଟିକଲ ଆକ୍ସନ କମିଟିର ମୁଖ୍ୟ ପ୍ରଶାନ୍ତ କିଶୋର ସଂପ୍ରତି ଟିଏମସି ପାଇଁ ନିର୍ବାଚନୀ ରଣନୀତିଜ୍ଞ ଭାବେ କାମ କରୁଛନ୍ତି। ପ୍ରଶାନ୍ତ କିଶୋର ୨୦୨୪ ପର‌୍ୟ୍ୟନ୍ତ ଟିଏମସି ପାଇଁ ଚୁକ୍ତି କରିଛନ୍ତି। ୨୦୨୪ରେ ନିଜକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ଟିଏମସିର ଯୋଜନା। ଏହି ରଣନୀତି ଆଧାରରେ ଟିଏମସି ଗୋଆ, ୟୁପି ସମେତ ଅନେକ ରାଜ୍ୟରେ ନିଜର ସକ୍ରିୟତା ବଢାଇ ଦେଇଛି।

 

Get real time updates directly on you device, subscribe now.