Indian Army Day: ପ୍ରତିବର୍ଷ ଏହାକୁ ଜାନୁଆରୀ ୧୫ରେ କାହିଁକି ପାଳନ କରାଯାଉଛି? ଜାଣନ୍ତୁ, କାରଣ ….

ଓଡିଶା ଭାସ୍କର: ଖରା, ବର୍ଷା, ଶୀତ କାକରକୁ ଖାତିର ନ କରି ସେମାନେ ଆମ ସୁରକ୍ଷା ପାଇଁ ଦିନରାତି ସୀମାରେ ପଇଁତରା ମାରନ୍ତି। ଯଦି ଆମେ ଆଜି ଘରେ ସୁରକ୍ଷିତ ଭାବେ ଶୋଇପାରୁଛେ, ତାହା କେବଳ ସେମାନଙ୍କ ପାଇଁ ସମ୍ଭବ ହୋଇଛି। ତେବେ ଶତ୍ରୁପକ୍ଷର ଗୁଳିରେ କୌଣସି ମୁହୂର୍ତ୍ତରେ ମଧ୍ୟ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି। ଆଉ ଆଜି ସେହି ଭାରତୀୟ ସେନାଙ୍କ ପାଇଁ ଦିନଟିଏ। ଅର୍ଥାତ ଆଜି ହେଉଛି “ସେନା ଦିବସ”। କିନ୍ତୁ ଏହି ମହାନ ଦିବସକୁ ପ୍ରତିବର୍ଷ କାହିଁକି ଜାନୁଆରୀ ୧୫ରେ ପାଳନ କରାଯାଉଛି? କ’ଣ ଏହା ପଛରେ ଥିବା କାରଣ ଆପଣଙ୍କୁ ଜଣାଅଛି?

ବାସ୍ତବରେ, ଯେତେବେଳେ ଆମ ଦେଶ ଭାରତ ବ୍ରିଟିଶରମାନଙ୍କ ଅଧୀନରେ ଥିଲା ସେତେବେଳେ ଭରତୀୟ ସେନା(Indian Army) ଗଠନ ହୋଇଥିଲା। ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ। ତେବେ ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଇଂରେଜମାନେ ହିଁ ବରିଷ୍ଠ ଅଧିକାରୀ ରହିଥିଲେ। କିନ୍ତୁ ୧୯୪୯ ମସିହାରେ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ଫ୍ରାନସିସ୍ ବଚର୍, ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ. କରିଅପ୍ପାଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଆଉ ସେ ଥିଲେ ପ୍ରଥମ ଭାରତୀୟ ସେନା ଅଧିକାରୀ। ଏହି ଦିନ ହିଁ ଥିଲା ଜାନୁଆରୀ ୧୫ ତାରିଖ। ଏଥିପାଇଁ ଭାରତର ଏହି ଐତିହାସିକ ଦିବସକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ଇଣ୍ଡିଆନ ଆର୍ମି ଡେ’ ଭାବେ ପାଳନ କରାଯାଉଛି।