ଭାରତୀୟ ସେନାର ସାହାସୀ ‘ଫାଣ୍ଟମ’ ସହିଦ, ଛାତିରେ ବାଜିଲା ଆତଙ୍କବାଦୀଙ୍କ ଗୁଳି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅଖନୂରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନରେ ସେନାର ବାହାଦୂର କୁକୁର ଫାଣ୍ଟମ ସହିଦ ହୋଇଛି। ସେ ନିଜ ଛାତିରେ ଆତଙ୍କବାଦୀଙ୍କ ଗୁଳି ଖାଇଛି। K9 ଫାଣ୍ଟମ କୁକୁର ମୃତ୍ୟୁର ସ୍ପଷ୍ଟତା ଜମ୍ମୁର ଡିଫେନ୍ସ PRO କରିଛନ୍ତି। ସେ କହିଛନ୍ତି ଯେ, ସେନା ନିଜ ସାହାସୀ ଏବଂ ବାହାଦୂର କୁକୁର ଫାଣ୍ଟମର ସର୍ବୋଚ୍ଚ ବଳିଦାନକୁ ସଲାମ କରୁଛି। ସେନାଙ୍କ ପ୍ରତି ତାର ସମର୍ପଣ, ବିଶ୍ୱସ୍ତତାକୁ ଭୁଲାଯାଇପାରିବନି। ଗତକାଲି ଆତଙ୍କବାଦୀମାନେ ଅଖନୂରରେ ବଟ୍ଟଲ ଅଞ୍ଚଳରେ ସେନାଙ୍କ ବିରୋଧରେ ଆକ୍ରମଣ କରିଥିଲା। ଏହାପରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ପାଖାପାଖି ୮ ଘଣ୍ଟା ଦୁଇ ପକ୍ଷରୁ ଫାୟରିଙ୍ଗ ହୋଇଥିଲା, ଯେଉଁଥିରେ ଫାଣ୍ଟମ ସହିଦ ହୋଇଯାଇଛି।

ଫାଣ୍ଟମ ବେଲଜିୟାନ ମାଲିନୋଇସ ଜାତୀର ଥିଲା, ଏବଂ ଭାରତୀୟ ସେନାର ଆକ୍ରମଣକାରୀ କୁକୁର ଥିଲା। ତାକୁ ସ୍ପେଶାଲ ଏନକାଉଣ୍ଟର୍ସଙ୍କ ପାଇଁ ଟ୍ରେଣ୍ଡ କରାଯାଇଥିଲା। ଫାଣ୍ଟମର ଜନ୍ମ ମେ ୨୫ ୨୦୨୦ରେ ହୋଇଥିଲା। ୧୨ ଅଗଷ୍ଟ ୨୦୨୨ରେ ସେ ଆର୍ମିରେ ଯୋଗ ଦେଇଥିଲା ଏବଂ ତାକୁ ଜାମ୍ମୁ କାଶ୍ମୀରରେ ନିୟୋଜିତ କରାଯାଇଥିଲା। ସେନାର ଯବାନ ଫାଣ୍ଟମକୁ ଅନେକ ଗ୍ୟାଜେଟରେ ଲେସ କରିଥିଲେ, ଯେଉଁ କାରଣରୁ ସେନାର ଯବାନ ଶତ୍ରୁ ପର୍ଯ୍ୟନ୍ତ ପହଞ୍ଚିପାରୁଥିଲେ। ଶହୀଦ ସମୟରେ ଫାଣ୍ଟମକୁ ମାତ୍ର ୪ ବର୍ଷ ହୋଇଥିଲା।