fbpx

ଭାରତୀୟ ସେନାରେ ଆସିଲା ନୂତନ ନିଯୁକ୍ତି ସୁଯୋଗ, ଏବେ ଠାରୁ କରନ୍ତୁ ଆବେଦନ

ଓଡିଶା ଭାସ୍କର: ଭାରତୀୟ ସେନା ପକ୍ଷରୁ ୨୦୨୪ ବର୍ଷ ପାଇଁ ହାବିଲଦାର ଏବଂ ନାଏବ ସୁବେଦାର ପଦ ପାଇଁ ନିଯୁକ୍ତି ଜାରି କରିଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ । ଆଗ୍ରହୀ ଥିବା ପ୍ରାର୍ଥୀମାନେ ଏହି ଆବେଦନକୁ ଅଫ ଲାଇନ ମାଧ୍ୟମରେ ହିଁ ଆବେଦନ କରିପରିବେ । ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଆପ୍ଲାଏ କରିପାରିବେ ।

ଆବେଦନର ବୟସ ସୀମା- ଆପଣମାନେ ୧୭ ବର୍ଷ ୫ ମାସରୁ ୨୫ ବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ । ପ୍ରାର୍ଥୀଙ୍କ ବୟସ ୧ ଅକ୍ଟୋବର ଠାରୁ ୧୯୯୯ ଠାରୁ ୩୦ ସେପ୍ଟେମ୍ବର ୨୦୦୬ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପ୍ରାର୍ଥୀ କେବଳ ଆବେଦନ କରିପାରିବେ ।

ଚୟନ ପକ୍ରିୟା- ଯେଉଁ ପ୍ରାର୍ଥୀମାନେ ବିଭିନ୍ନ କ୍ରିଡାରେ ପ୍ରତିଯୋଗିତାରେ ସଫଳତାର ସାର୍ଟିଫିକେଟ ହାସଲ କରିଛନ୍ତି । ସେମାନଙ୍କୁ ବିଶେଷ ଆଗ୍ରାଧୀକ ଦିଆଯିବ । ଏଥିସହ ଲିଖିତ ପରୀକ୍ଷା ସହିତ କ୍ରୀଡା ସମ୍ବନ୍ଧୀୟ ସମସ୍ତ ପ୍ରମାଣ ସହ ଅନ୍ୟାନ ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯିବ । ପିଇଟି କରିବା ସମୟରେ ପ୍ରାଥୀôର୍ ମାନଙ୍କୁ ୫ ମିନିଟ ୪୫ ସେକେଣ୍ଡରେ ୧.୬ କିଲୋମିଟର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତା ହେବ । ୯ ଫୁଟ ପର୍ଯ୍ୟନ୍ତ ଲଙ୍ଗଜମ୍ପ୍, ଜିଗ୍ ଜାଗ ପାଶ କରିବାକୁ ପଡିବ ।

କେଉଁ ଠିକଣାରେ ଆବେଦନ କରିବେ-
ଜେନେରାଲ ଷ୍ଟାପ ଶାଖା
ଆଇଏଚକ୍ୟୁ, ପ୍ରତିରକ୍ଷା ମନ୍ତ୍ରାଣାଳୟ (ସେନା)
ପ୍ଲଟ ନଂ- ୭୪୭ ଏ-ୱିଙ୍ଗ୍, ସେନା ଭବନ
ପିଓ- ନୂଆଦିଲ୍ଲୀ- ୧୧୦୦୧୧ ଏହି ଠିକଣାରେ ଅଫ୍ ଲାଇନ ଜରିଆରେ ସମସ୍ତ ଡକ୍ୟୁମେଣ୍ଟ ପଠାଅଇ ପାରିବେ ।

Get real time updates directly on you device, subscribe now.