fbpx
BSKY
BJD MC SKY
BJD YOUTH SKY

ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ, ଆଇସୋଲେସନରେ ଚାଲିଛି ଚିକିତ୍ସା

ଲଣ୍ଡନ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଶନିବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଦଳର ଅନ୍ୟ ଦୁଇ କୋଚ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ବିସିସିଆଇ ସୂତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର ମଧ୍ୟ ଏହି ମହାମାରୀ କରୋନାର ଶୀକାର ହୋଇଛନ୍ତି । ତେଣୁ ଶାସ୍ତ୍ରୀଙ୍କ ସହିତ ଏହି ଦୁଇ କୋଚ ଓ ଦଳର ଫିଜିଓଥେରାପିଷ୍ଟ ଲଣ୍ଡନରେ ପାୟ ୧୦ ଦିନ ରହିବାକୁ ପଡିବ । ତେଣୁ ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳ ସହିତ କୌଣସି କୋଚ ଯାଇ ପାରିବେ ନାହିଁ ।

ସୋମବାର ଦିନ କୋଚ ଆର ଶ୍ରୀଧର ଓ ଭରତ ଅରୁଣଙ୍କର ଆରଟି-ପିସିଆର ପରୀକ୍ଷା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ବର୍ତ୍ତମାନ ଏହି ଚାରିଜଣ ଆଇସୋଲେସନରେ ଅଛନ୍ତି । କରୋନାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ନ ହେବା ପର୍ଯ୍ୟନ୍ତ ଏମାନେ ଭାରତୀୟ ଖେଳାଳିଙ୍କ ସହିତ ସାମିଲ ହୋଇ ପାରିବେ ନାହିଁ । ସୂଚନା ଯୋଗ୍ୟ ଯେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବାକୁ ଥିବା ମାଞ୍ଚେଷ୍ଟରରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବାୟୋ-ବବଲ ପ୍ରସ୍ତୁତ କରା ଯାଇଛି ।

Get real time updates directly on you device, subscribe now.