fbpx

ସଂନ୍ଧ୍ୟାହେଲେ ଚାଲିଛି ସେକ୍ସ କାରବାର, ବଢ଼ୁଛି ନିଶା ବେପାର

କତ୍ତାପଡ଼ା (ଭାସ୍କର ନ୍ୟୁଜ୍‌): ଅଡ଼ଶପୁର ପଞ୍ଚାୟତର ଉରାଡ଼ ବଜାର ଠାରୁ ବାବଜା ପର୍ଯ୍ୟନ୍ତ ନଦୀବନ୍ଧଟି ନିଛାଟିଆ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ତଳେ ନଦୀପଠା ଥିବାରୁ ସଂନ୍ଧ୍ୟା ହେଲେ ପ୍ରତ୍ୟେକ ଦିନ ସେକ୍ସ ର‌୍ୟାକେଟ୍‌ ଚାଲିବା ସହ ନିଶା କାରବାର ବୃଦ୍ଧି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜଣେ ଜଲେଜ କର୍ମଚାରୀ ଏକ ଝିଅକୁ ନେଇ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦୃଷ୍ଟିରେ ଆସିବାରୁ ଝିଅଟି ନଦୀକୂଳ ଦେଇ ଦଉଡ଼ିଥିଲେ । ଏହି ସମୟରେ କଲେଜ କର୍ମଚାରୀଙ୍କ ମଟର ସାଇକେଲ୍‌ଟି ନଦୀବନ୍ଧରେ ଥୁଆହୋଇଥିଲା । କିଛି ସମୟ ପରେ ଉକ୍ତ ଯୁବକ ଗାଡ଼ି ପାଖକୁ ଆସିବାରୁ ଜଣାପଡ଼ିଥିଲା । ସେ ସ୍ଥାନୀୟ କଲେଜର ଜଣେ କର୍ମଚାରୀ ଓ ବିବାହିତ । ଏହି ରାସ୍ତାରେ ପୋଲିସ୍‌ ପେଟ୍ରୋଲିଂ କଡ଼ା କଡ଼ି କରିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.