fbpx

ଆସନ୍ତାକାଲି ସରକାର ଗଠନ କରିବ ତାଲିବାନ, ଉତ୍ସବକୁ ୬ ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ

କାବୁଲ,: ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଛି । ବୁଧବାରଠାରୁ ବିଧିବଦ୍ଧ ଭାବେ ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନ ହେବ । ସରକାର ଗଠନ ଉତ୍ସବରେ ଯୋଗଦେବା ପାଇଁ ତାଲିବାନ ପକ୍ଷରୁ ପାକିସ୍ତାନ, ଚୀନ୍‌, ରୁଷ୍‌, କତାର, ତୁର୍କୀ ଓ ଇରାନ୍‌କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି । ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ଚାଲିଥିବା ବୈଠକ ବେଳେ ଅମୀରୁଲ ମୋଇନୀ ଶେଖ ହିବାତୁଲ୍ଲା ଅଖୁନ୍ଦଜାଦା ହିଁ ପ୍ରଥମେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦାଙ୍କ ନାମ ଦେଶର ମୁଖ୍ୟ ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ସର୍ବସମ୍ମତିକ୍ରମେ ତାଙ୍କ ନାଁ ଉପରେ ମୋହର ବାଜିଛି । ତାଙ୍କର ଦୁଇ ଜଣ ଡେପୁଟି ରହିବେ । ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଅବଦୁସ ସଲମ ଦେଶର ଉପମୁଖ୍ୟ ଭାବେ କାର୍ଯ୍ୟ କରିବେ । ହସନ ଅଖୁନ୍ଦ ସଂଗଠନର ଶୀର୍ଷନେତା ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଘନିଷ୍ଠ ଭାବେ ୨୦ ବର୍ଷ ହେଲା କାମ କରି ଆସିଛନ୍ତି ।

Get real time updates directly on you device, subscribe now.