fbpx
BJD
BJD SKY
BJD SKY

ଅଟୋମୋବାଇଲ୍‌ ମାର୍କେଟ୍‌ ପାଇଁ ଅଗଷ୍ଟ ହେବ ଶୁଭଙ୍କର, ୯ ନୂଆ କାର୍‌ର ହେବ ବଜାର ପ୍ରବେଶ

ନୂଆଦିଲ୍ଲୀ: ଅଟୋମୋବାଇଲ୍‌ ମାର୍କେଟ୍‌ ପାଇଁ ଅଗଷ୍ଟ ମାସ ଶୁଭଙ୍କର ସାବ୍ୟସ୍ତ ହେବାକୁ ଯାଉଛି । କାରଣ ଏହି ମାସରେ ଭାରତୀୟ ବଜାରରେ ୨ଏସ୍‌ୟୁଭି, ହେଚବ୍ୟାକ ଓ ଇଲେକ୍ଟ୍ରିକ୍‌ ସେଡାନ ଲଞ୍ଚ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ମହିନ୍ଦ୍ରା ୫ ଇଲେକ୍ଟ୍ରିକ୍‌ ଏସ୍‌ୟୁଭି ମଧ୍ୟ ବଜାର ପ୍ରବେଶ କରିବ ବୋଲି ଜଣାଯାଇଛି । ସର୍ବୋପରି ଅଗଷ୍ଟରେ ୯ଟି ନୂଆ କାର୍‌ ବଜାରରେ ପ୍ରବେଶ କରିବ । ଏଗୁଡ଼ିକ ମଧ୍ୟରୁ ସବୁଠୁ ଶସ୍ତା ମାରୁତି ଅଲ୍ଟୋ ହେବ ଯାହାକି ଥାର୍ଡ ଜେନେରେସନ୍‌ ଭାବେ ଲଞ୍ଚ କରାଯିବ ।

ଅଗଷ୍ଟରେ ସର୍ବ ପ୍ରଥମେ ଲଞ୍ଚ ହେଉଥିବା କାର୍‌ ମଧ୍ୟରେ ହୁଣ୍ଡାଇ ଟକ୍ସନ ଏସ୍‌ୟୁଭି ରହିଛି । ଜୁଲାଇ ୧୩ରେ ଏହି କାର୍‌ର ନ୍ୟୁ ଜେନେରେସନ୍‌ ମଡେଲରୁ ପରଦା ଉଠାଯାଇଥିଲା ଓ ଏହା ଭାରତରେ ପ୍ରଥମ ଲଙ୍ଗ୍‌ସ ହ୍ୱିଲ୍‌ବେସ୍‌ ମଡେଲ ଭାବେ ଲଞ୍ଚ କରାଯିବ । ଏଥିରେ ୨.୦ ଲିଟର ପେଟ୍ରୋଲ ଓ ଡିଜେଲ୍‌ ଇଞ୍ଜିନ୍‌ର ସୁଯୋଗ ମିଳିବ ଯେଉଁଥିରେ ଅଲ୍‌ ହ୍ୱିଲ୍‌ ଡ୍ରାଇଭ୍‌ ସିଷ୍ଟମର ବି ସୁଯୋଗ ରହିବ । ନୂଆ ହୁଣ୍ଡାଇ ଟକ୍ସନ ଏସ୍‌ୟୁଭିର ବୁକିଂ ଆରମ୍ଭ ହୋଇଯାଇଛି ।

ସେହିପରି ମହିନ୍ଦ୍ରା ବି ନିଜର ଇଲେକ୍ଟ୍ରିକ୍‌ ଏସ୍‌ୟୁଭି କାର୍‌ ଟିଜର ଜାରି କରିଛି । ଏହି ଟ୍ରେଲରରେ କମ୍ପାନୀ ଏହାର ସାଇଡ୍‌ ପ୍ରୋଫାଇଲ୍‌ର ଝଲକ ଦେଖାଇଛି ଯେଉଁଥିରେ ୪ ମଡେଲ୍ସ କୁପେ ଏସ୍‌ୟୁଭି ଭଳି ନଜର ଆସିଛି । ଏହି ଇବିକୁ ନ୍ୟୁ ବର୍ଣ୍ଣ ଇଲେକ୍ଟ୍ରିକ୍‌ ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି । ଅଗଷ୍ଟ ୧୫ରେ ଏସବୁକୁ ୱାଲ୍‌ର୍ଡ ପ୍ରିମିୟର କରାଯିବ । ଟୟୋଟାର ଲାଟେଷ୍ଟ କାର୍‌ ଏକ ହାଇବ୍ରିଡ୍ ଏସ୍‌ୟୁଭି ଅଟେ ଯାହାକି ମାରୁତି ସୁଜୁକି ସହ ମିଶି ପ୍ରସ୍ତୁତ କରାଯାଇଛି । ନୂଆ ଅର୍ବାନ କ୍ରୁଜର ହାଇରାଇର ହାଇବ୍ରିଡ୍‌ ଏସ୍‌ୟୁଭିକୁ ୧୬ ଅଗଷ୍ଟରେ ଲଞ୍ଚ କରାଯିବ ।

୧୮ ଅଗଷ୍ଟରେ ମାରୁତି ତା’ର ଲୋକପ୍ରିୟ ହେଚବ୍ୟାକ୍‌ ଅଲ୍ଟୋର ନ୍ୟୁ ଜେନେରେସନ୍‌ ମଡେଲ ଲଞ୍ଚ କରିବ । ନୂଆ ପ୍ଲାଟଫମରେ ପ୍ରସ୍ତୁତ ଏହି କାର୍‌ରେ ନୂଆ ପାୱାରଷ୍ଟ୍ରେନ୍‌ ଦିଆଯାଇଛି । ମର୍ସିଡିଜ୍‌ ବେଞ୍ଜର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଇକ୍ୟୁଏସ୍‌ ୫୩ ୪ମୋଟ୍ରିକ୍‌ତ୍କକୁ ଅଗଷ୍ଟର ଶେଷଆଡକୁ ଲଞ୍ଚ କରାଯିବ । ଏହାପରେ କମ୍ପାନୀ ଇକ୍ୟୁଏସ୍‌ ୫୮୦ ଲଞ୍ଚ କରିବ ।

Get real time updates directly on you device, subscribe now.