fbpx

ରାସ୍ତା ଉପରେ ଜଳିଗଲେ ୧୦ କାଉଡିଆ: ପିକଅପରେ କରେଣ୍ଟ ଲାଗିଯିବାରୁ ମୃତ୍ୟୁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର କୁଚବିହାର ଅଞ୍ଚଳରେ ଘଟିଯାଇଛି ଏକ ବିରାଟ ଅଘଟଣ । ପିକଅପ ଭ୍ୟାନରେ କରେଣ୍ଟ ଲାଗିଯିବାରୁ ୧୦ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ୧୬ ଜଣ ଆହତ ମଧ୍ୟ ହୋଇଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଜଲପାଇଗୁଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଶ୍ରାବଣ ସୋମବାରରେ ମହାଦେବଙ୍କ ଉପରେ ବାଣି ଢାଳିବାକୁ ଯାଉଥିବା ବେଳେ ମୃତ୍ୟୁମୁଖରେ ପଡିଛନ୍ତି ୧୦ ଜଣ କାଉଡିଆ । ପିକଅପ ଭ୍ୟାନରେ କରେଣ୍ଟ ଲାଗି ସେମାନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଭ୍ୟାନରେଥିବା ଜେନେରେଟର ସର୍ଟ ସର୍କିଟ ଯୋଗୁଁ ଏଭଳି ଏକ ଅଘଟଣ ଘଟିଯାଇଛି । ଫଳରେ ୧୦ ଜଣ କାଉଡିଆ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଏଥିରେ ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗର କୁଚବିହାର ନିକଟରେ ଏଳି ଦୁର୍ଘଟଣା ଘଟିଥିବା ବେଳେ ଜଲପାଇଗୁଡି ମେଡିକାଳରେ ଆହତମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତ କରାଯାଇଛି ।

Get real time updates directly on you device, subscribe now.