fbpx
BSKY
BJD MC SKY
BJD YOUTH SKY

ଏହି ୫ ଟି ଦେଶରେ କାମ ଦେବ ଭାରତୀୟ ଡ୍ରାଇଭିଙ୍ଗ ଲାଇସେନ୍ସ: ବିଦେଶରେ ମଧ୍ୟ ଚଲାଇ ପାରିବେ ଗାଡି

ନୂଆଦିଲ୍ଲୀ: ରାଜ୍ୟ ହେଉ ଅବା ଦେଶ ଟ୍ରାଫିକ ନିୟମ ଅନୁସାରେ ଗାଡି ଚଲାଇବା ପାଇଁ କିଛି ନିୟମ ପାଳନ କରିବାକୁ ପଡିଥାଏ । ତେବେ ଗାଡି ଛଳାଇବା ସମୟରେ ହେଲମେଟ୍ ସମେତ ଗାଡିର କାଗଜପତ୍ର ଏବଂ ଖାସ୍ କରି ଡ୍ରାଇଭିଙ୍ଗ ଲାଇସେନ୍ସ ନିହାତି ଜରୁରୀ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ବାହାରେ ମଧ୍ୟ ଏହି ଲାଇସେନ୍ସ ମାଧ୍ୟମରେ ଆପଣ ଗାଡି ଚଲାଇ ପାରିବେ । ଭାରତୀୟ ଡ୍ରାଇଭିଙ୍ଗ ଲାଇସେନ୍ସରେ ଆପଣ ଭାରତ ସମେତ ବିଦେଶରେ ମଧ୍ୟ ଗାଡି ଚଳାଇକୁ ଅନୁମତି ମିଳିବ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଦେଶରେ ଭାରତୀୟ ଡ୍ରାଇଭିଙ୍ଗ ଲାଇସେନ୍ସ ଦେଖାଇ ଗାଡି ଆପଣ ଗାଡି ଚଲାଇ ପାରିବେ ।

ଯୁକ୍ତ ରାଷ୍ଟ୍ର ଆମେରିକା: ଏହି ଦେଶରେ ଆପଣ ଭାରତୀୟ ଡିଏଲ୍ ଦେଖାଇ ଭଡାରେ ଗାଡି ଚଲାଇବାର ଅନୁମତି ରହିଛି । ଆପଣ ଏହି ଦେଶରେ ୧ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଡିଏଲ୍ ମାଧ୍ୟମରେ ଗାଡି ଚଲାଇ ପାରିବେ । କିନ୍ତୁ ଆପଣଙ୍କ ଡକୋମେଣ୍ଟ ଠିକ୍ ଏବଂ ଇଂରାଜୀରେ ହୋଇଥିବା ଆବଶ୍ୟକ ।

ନ୍ୟୁଜଲ୍ୟାଣ୍ଡ: ଆପଣ ଭାରତୀୟ ହୋଇଥିଲେ ଏବଂ ଆପଣଙ୍କ ନିକଟରେ ଭାରତୀୟ ଡ୍ରାଇଭିଙ୍ଗ ଲାଇସେନ୍ସ ଥିଲେ ଆପଣ ଏହି ସୁନ୍ଦର ଦେଶରେ ଗାଡି ଚଲାଇ ପାରିବେ । ତେବେ ଆମେରିକା ପରି ଏହି ଦେଶରେ ମଧ୍ୟ ୧ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଡିଏଲ୍ ମାଧ୍ୟମରେ ଗାଡି ଚଲାଇ ପାରିବେ ।

ଜର୍ମାନୀ: ଜର୍ମାନୀକୁ ଅଟୋମୋବାଇଲ ଦେଶ ବୋଲି କୁହାଯାଇଥାଏ । ଯେଉଁ ଠାରେ  ଆପଣ  ଡ୍ରାଇଭିଙ୍ଗ କରି ଭିନ୍ନ ଏକ ଅନୁଭବ ନେଇ ପାରିବେ । ତେବେ ଏଠାରେ ମଧ୍ୟ ଆପଣ ଭାରତୀୟ ଲାଇସେନ୍ସର ବ୍ୟବହାର କରିପାରିବେ । ଏହି ଦେଶରେ ଆପଣ ଭାରତୀୟ ଡ୍ରାଇଭିଭିଙ୍ଗ ଲାଇସେନ୍ସ ମାଧ୍ୟମରେ ୬ ମାସ ପର୍ଯ୍ୟନ୍ତ ଗାଡି ଚଲାଇ ପାରିବେ ।

ଭୁଟାନ:ଭାରତର ପଡୋଶୀ ଦେଶ ଭୁଟାନ ସହିତ ଭାରତ ବହୁତ ଭଲ ସମ୍ବନ୍ଧ ରହିଛି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଏହି ଦେଶର ସଡକ ମଧ୍ୟ ଖୁବ ସୁନ୍ଦର । ତେବେ ଏହି ଦେଶରେମଧ୍ୟ ଆପଣ ଭାରତୀୟ ଡ୍ରାଇଭିଙ୍ଗ ଲାଇସେନ୍ସ ଦେଖାଇ ଗାଡି ଚଳାଇ ପାରିବେ ।

କାନାଡା: କାନାଡା କୁ ମିନି ପଞ୍ଜାବ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଆପଣ ଭାରତୀୟ ଡ୍ରାଇଭିଙ୍ଗ ଲାଇସେନ୍ସ ମାଧ୍ୟମରେ ଏଠାକାର ସଡକରେ ଗାଡି ଚଲାଇବା ସହ ଏହି ଦେଶର ବିଭିନ୍ନ ସୌନ୍ଦର୍ଯ୍ୟର ଆନନ୍ଦ ନେଇ ପାରିବେ ।

 

Get real time updates directly on you device, subscribe now.