fbpx

KRK ଙ୍କୁ ଗିରଫ କଲା ମଲାଡ ପୋଲିସ: ଜାଣନ୍ତୁ କାହିଁକି?

ନୂଆଦିଲ୍ଳୀ: ଗିରଫ ହେଲେ କେଆରକେ । ଅଭିନେତା ଏବଂ ତଥା ଫିଲ୍ମ ସମୀକ୍ଷକ କମାଲ ଖାନ୍(KRK)ଙ୍କ ବଢ଼ିଲା ଅଡ଼ୁଆ । ଅନେକ ସମୟରେ ବିବାଦୀୟ ଟ୍ୱିଟ୍ କୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି କେଆରକେ । ଆଉ ଏବେ ଏହିଭଳି ଏକ ଟ୍ୱିଟ୍ କୁ ନେଇ ଫସିଛନ୍ତି ଅଡ଼ୁଆରେ ।

ମାମଲା ୨୦୨୦ ର ଯେତେବେଳେ ସେ ଧର୍ମକୁ ନେଇ ଏକ ଟ୍ୱିଟ କରିଥିଲେ ଏବଂ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା । ଆଉ ଏହି ମାମଲାରେ ମଲାଡ ପୋଲିସ କେଆରକେଙ୍କୁ ମଙ୍ଗଳବାର ସକାଳେ ଏୟାରପୋର୍ଟରୁ ଗିରଫ କରିଛି । ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦିଆଯାଇଥିବାନେଇ ସୂଚନା ରହିଛି ।

କେଆରକେଙ୍କ ଏହି ମାମଲାରେ ଶୁଣାଣି ବୋରିବଲି କୋର୍ଟରେ ହୋଇଥିଲା । କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ତେବେ କୋର୍ଟରେ ଜାମିନ୍ କୁ ଆଜି ଶୁଣାଣି ହେବ । ଯଦି ଜାମିନ ମିଳୁନାହିଁ ତେବେ ତାଙ୍କୁ ୧୪ ଦିନ ଜେଲରେ ରହିବାକୁ ହେବ । କେଆରକେଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ, ୨୯୪, ୫୦୦, ୫୦୧, ୫୦୫, ୬୭/୯୮ ଅନୂଯାୟୀ ଗିରଫ କରାଯାଇଛି ।

 

Get real time updates directly on you device, subscribe now.