fbpx

ଅଦିତି ଅଶୋକ ଓ ଦୀକ୍ଷା ଡାଗରଙ୍କୁ ପ୍ୟାରିସ ଅଲମ୍ପିକ୍ସ ଟିକେଟ, ଗଲ୍ପରେ ଚମକିବେ

ନୂଆଦିଲ୍ଲୀ: ଭାରତୀୟ ଗଲ୍ଫର ଷ୍ଟାର ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର ପ୍ୟାରିସ ଅଲମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି । ଏହି ଦୁଇ ମହିଳା ଗଲ୍ଫର ବିଶ୍ୱ ର‌୍ୟାଙ୍କିଙ୍ଗ ଭିତ୍ତିରେ ପ୍ୟାରିସ ଅଲମ୍ପିକ୍ସ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କସହ ଭାରତରୁ ପୁରୁଷ ବିଭାଗ ଗଲ୍ଫରେ ଶୁଭଙ୍କର ଶର୍ମା ଓ ଗଗନଜିତ ଭୁଲ୍ଲାର ମଧ୍ୟ ପ୍ୟାରିସ ଅଲମ୍ପିକ୍ସ ଖେଳିବା ପାଇଁ ଟିକେଟ ହାସଲ କରିଛନ୍ତି । ଆସନ୍ତା ଜୁଲାଇ ୨୬ ତାରିଖରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ଯାଏଁ ଏହା ଚାଲିବ ।
ଅଦିତିଙ୍କ ଏହା ହେଉଛି ତୃତୀୟ ଅଲମ୍ପିକ୍ସ । ଏହା ପୂର୍ବରୁ ସେ ଗଲ୍ଫରେ ଦୁଇଥର ଭାଗ ନେଇ ସାରିଛନ୍ତ ଅଲମ୍ପିକ୍ସରେ ଭାରତପାଇଁ । ଜଣେ ମହିଳା ଭାରତୀୟ ଗଲ୍ପର ଭାବରେ ଅଲମ୍ପିକ୍ସରେ ଭାଗ ନେବାରେ ଏହା ସର୍ବାଧିକ । ସେପଟେ ଦୀକ୍ଷା ଦ୍ୱିତୀୟଥର ପାଇଁ ଅଲମ୍ପିକ୍ସରେ ଗଲ୍ଫ ଖେଳିବେ । ପୁରୁଷ ବିଭାଗରେ କିନ୍ତୁ ପ୍ରଥମଥର ପାଇଁ ଶୁଭଙ୍କର ଶର୍ମା ଓ ଗଗନଜିତ ଅଲମ୍ପିକ ଖେଳିବେ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଷ୍ଟାର ଗଲ୍ଫଫର ଚତୁର୍ଥସ୍ଥାନରେ ରହି ନିଜ ଯାତ୍ରା ସମାପ୍ତ କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ ।

 

ଅଲମ୍ପିକରେ ଭାଗ ନେବା ପାଇଁ ଭାରତୀୟ ଗଲ୍ପ ସଂଘ ନାମ ପ୍ରବେଶ କରାଇଥାଏ । Official World Golf Rankings (OWGR)  ଆଧାରରେ ଖେଳାଳିଙ୍କୁ ଚୟନ କରାଯାଏ । ଏଥିରେ ର‌୍ୟାଙ୍କିଙ୍ଗ ଆଧାରରେ ୬୦ ଜଣ ଉଭୟ ପୁରୁଷ ଓ ମହିଳାଙ୍କୁ ଭାଗ ନେବାର ସୁଯୋଗ ଥାଏ । ପ୍ରଥମ ୧୫ ଜଣ କିନ୍ତୁ ଅଲମ୍ପିକ୍ସ ଖେଳିବାର ଟିକେଟ ହାସଲ କରନ୍ତି । ଦେଶର ଶୀର୍ଷସ୍ତରର ଦୁଇ ଖେଳାଳି ଏଥିରେ ଭାଗ ନିଅନ୍ତି । ଅଦିତି ହେଉଛନ୍ତି ବିଶ୍ୱର ୨୪ ନମ୍ବର ମହିଳା ଗଲ୍ଫର ଖେଳାଳି ଯିଏ ଭାରତର ଟପ ଗଲ୍ଫର ଅଟନ୍ତି । ସେହିଭଳି ବିଶ୍ୱ ର‌୍ୟାଙ୍କିଙ୍ଗରେ ୪୦ ତମ ସ୍ଥାନରେ ଅଛନ୍ତି ଦୀକ୍ଷା ଡାଗର । ଦୀକ୍ଷା ହେଉଛନ୍ତି ଜଣେ ମାତ୍ର ଗଲ୍ଫର ଯିଏ ଉଭୟ ଅଲମ୍ପିକ୍ସ ଓ ଡିଫ୍ଲାଏମ୍ପିକ୍ସରେ ଭାଗ ନେଇଛନ୍ତି । ଦ୍ୱିତୀୟ ଭାରତୀୟ ମହିଳା ଗଲ୍ଫର ଭାବରେ ଦୀକ୍ଷା ଲେଡିଜ ୟୁରୋପିଆନ ଟୁର (LET) ଜିତିଛନ୍ତି । ୧୮ ବର୍ଷ ବୟସରେ ଏହା ଜିତି ସେ ସର୍ବକନିଷ୍ଠ ଭାବରେ ଏହି ଟୁର ଜିତିବାର କାରନାମାକୁ ବି ନିଜ ନାମରେ ରଖିଛନ୍ତି ।

Get real time updates directly on you device, subscribe now.