fbpx

ଜମ୍ମୁ-କଶ୍ମୀରରେ ଦୁଇଟି ସଂଗଠନ ଉପରେ କଟକଣା ଲଗାଇଲେ ଭାରତ ସରକାର

Advertisement

ଜମ୍ମୁ: ଜମ୍ମୁ-କଶ୍ମୀରରେ ବୁଧବାର ଭାରତ ସରକାର ଦୁଇଟି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଦୁଇଟି ସଂଗଠନ ହେଉଛି ମୁସଲିମ କନଫରେନ୍ସ ଜମ୍ମୁ ଓ କଶ୍ମୀର (ସୁମ୍ମାଜି ଗ୍ରୁପ୍) ଏବଂ ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର (ଭାଟ୍ ଗ୍ରୁପ୍)। ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି। ଆତଙ୍କବାଦୀ ନେଟୱାର୍କ ଉପରେ କଡ଼ା ଆକ୍ରମଣ କରି ସରକାର ମୁସଲିମ କନଫରେନ୍ସ ଜମ୍ମୁ-କଶ୍ମୀର (ସୁମ୍ମାଜି ଗ୍ରୁପ୍) ଏବଂ ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର (ଭାଟ୍ ଗ୍ରୁପ୍)କୁ ବେଆଇନ ଘୋଷଣା କରିଛନ୍ତି।

ଏହି ସଂଗଠନଗୁଡ଼ିକ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଯେ କୌଣସି ବ୍ୟକ୍ତିଙ୍କୁ ଏହାର କ୍ଷତି ସହିବାକୁ ପଡ଼ିବ।

Get real time updates directly on you device, subscribe now.