fbpx

କଡ଼ା ଟକ୍କର ପରେ ବି ହାରିଗଲା ଟିମ୍ ଇଣ୍ଡିଆ, ଏବେ ବ୍ରୋଞ୍ଜ ପାଇଁ କରିବ ଲଢ଼େଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିବସ । କିନ୍ତୁ ଆଜିର ଦିନରେ ଭାରତୀୟଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲ ରେସରୁ ବାହାର ହୋଇଛନ୍ତି । କଡା ଟକ୍କର ପରେ ବି ସେମି ଫାଇନାଲରେ ଭାରତୀୟ ପୁରୁଷ ହକି ଟିମ୍ ହାରିଯାଇଛି । ବେଲଜିୟମ ଠାରୁ ୫-୨ ଗୋଲରେ ହାରିଛି ଭାରତ । ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି ବେଲଜିୟମ ।

କିନ୍ତୁ ଟିମ୍ ଇଣ୍ଡିଆ ପାଖରେ ଏବେ ବି ପଦକ ଜିତିବା ପାଇଁ ସୁଯୋଗ ରହିଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତ ଲଢ଼େଇ କରିବ ।

Get real time updates directly on you device, subscribe now.