fbpx

ଲଟେରୀ ବଦଳାଇଲା ଜୀବନର ଗତିପଥ: ଭାରତୀୟ ଯୁବକଙ୍କୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ୫.୫ ଲକ୍ଷ ଟଙ୍କା

Advertisement

ନୂଆଦିଲ୍ଲୀ: କଥାରେ ଅଛି ‘ଆଲ୍ଲା ଜବ ଦେତା ହୈ ଛପର ଫାଡ଼କେ’ । ଯଦି କେତେବେଳେ କାହାର ଜୀବନରେ ବଡ଼ଧରଣର ପରିବର୍ତ୍ତନ ଆସେ, ତେବେ ଲଟେରୀ ମିଳିଗଲା କି ବୋଲି ସମସ୍ତେ ପ୍ରଶ୍ନ କରିଥାନ୍ତି । ତେବେ ଲଟେରୀ ଜିତିବା ପରେ ଜଣେ ଯୁବକଙ୍କର ଜୀବନ ରାତାରାତି ବଦଳି ଯାଇଛି । ଦୁବାଇରେ କାମ କରୁଥିବା ଜଣେ ଭାରତୀୟ ଯୁବକଙ୍କୁ ଏବେ ମାସକୁ ଲକ୍ଷାଧିକ ଟଙ୍କା ମିଳିବ ।

ଖବର ଅନୁଯାୟୀ, ଦୁବାଇରେ ମହମ୍ମଦ ଆଦିଲ ଖାନ ନାମକ ଜଣେ ଭାରତୀୟ ଯୁବକ କାମ କରୁଥିଲେ । ତେବେ ସଂଯୁକ୍ତ ଅରବ ଅମିରାତରେ ଆଦିଲ ଏକ ବଡ଼ ଲଟେରୀ ଜିତିଥିଲେ । କମ୍ପାନୀ ପକ୍ଷରୁ ଏକ ପ୍ରେସ କନଫରେନ୍ସ କରାଯାଇ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଫାଷ୍ଟ-୫ର ପ୍ରଥମ ବିଜେତା ହେବା ପରେ ଆଦିଲଙ୍କୁ ଏବେ ପ୍ରତି ମାସରେ ଅତି କମରେ ୫.୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ପୁଣି ଏହି ଅର୍ଥ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବ ।

ତେବେ ଆଦିଲ ତାଙ୍କର ପରିବାରର ଏକମାତ୍ର ରୋଜଗାରକ୍ଷମ ବକ୍ତି । ମହାମାରୀ ସମୟରେ ତାଙ୍କର ଭାଇଙ୍କର ପରଲୋକ ହେବା ପରେ ସେ ନିଜେ ପରିବାରର ଭରଣପୋଷଣ କରୁଛନ୍ତି । ପରିବାରରେ ତାଙ୍କର ବୃଦ୍ଧ ପିତାମାତାଙ୍କ ସହିତ ଏକ ପାଞ୍ଚ ବର୍ଷୀୟା ଝିଅ ଅଛି । ଲଟେରୀ ଜିତିବା ପରେ ସତରେ ଏପରି କିଛି ହୋଇଛି ବୋଲି ଆଦିଲ ବିଶ୍ୱାସ କରିପାରି ନଥିଲେ । ତେଣୁ ସେ ତାହାକୁ ପୁଣି ଥରେ ଯାଞ୍ଚ କରିବାକୁ କରିଥିଲେ ।

Get real time updates directly on you device, subscribe now.