fbpx
BSKY SKY
BSKY SKY

ଭାରତୀୟ ବଜାରରେ ରେଡମି ନୋଟ୍‌ ୧୧ ଏବଂ ରେଡମି ନୋଟ୍‌ ୧୧ଏସ୍‌ ସ୍ମାର୍ଟଫୋନ୍‌ ଲଞ୍ଚ୍‌ , ଫେବୃଆରୀ ୧୧ରୁ ଆରମ୍ଭ ହେବ ବିକ୍ରି

BSKY

ନୂଆଦିଲ୍ଲୀ: ଭାରତରେ ରେଡମି ନୋଟ୍‌ ୧୧ ଏବଂ ରେଡମି ନୋଟ୍‌ ୧୧ଏସ୍‌ ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଛି । ଉଭୟ ଫୋନରେ ବହୁତ ସମାନ ନିର୍ଦ୍ଦିଷ୍ଟତା ଅଛି । ଏହି ଫୋନରେ ୯୦ ଏଚ୍‌ଜେଡ ଅମୋଲ୍ଡ ଡିସପ୍ଲେ ଏବଂ କ୍ୱାଡ୍‌ ରିୟର କ୍ୟାମେରା ସେଟଅପ୍‌ ଅଛି । ଏହା ବ୍ୟତୀତ, ଉଭୟ ଫୋନ୍‌ରେ ୩୩ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଂ ସପୋର୍ଟ ଯାହା ଦୁଇ ଦିନ ପର୍ଯ୍ୟନ୍ତ ଚାଜି କ୍ଷମତା ବିଶିଷ୍ଟ ବ୍ୟାଟେରୀ ରହିଛି । ଏହା ମଧ୍ୟ, ଆଇପି୫.୩ ମୂଲ୍ୟାୟନ ବିଶିଷ୍ଟ । କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ପ୍ରୋସେସର୍‌ ରେଡମି ନୋଟ୍‌ ୧୧ ରେ ଦିଆଯାଇଥିବାବେଳେ ରେଡମି ନୋଟ୍‌ ୧୧ଏସ୍‌ ରେ ମିଡିଆ ଟେକ୍‌ ହେଲିଓ ପ୍ରୋସେସର୍‌ ଉପଲବ୍ଧ ଅଛି । ଉଭୟ ଫୋନରେ ୫ଜି ସପୋର୍ଟ ନାହିଁ । ୪ଜିବି ରାମ୍‌ ଏବଂ ୬୪ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ରେଡମି ନୋଟ୍‌ ୧୧ ର ମୂଲ୍ୟ ୧୩,୪୯୯ ଟଙ୍କା ହୋଇଥିବା ବେଳେ ୬ଜିବି ରାମ୍‌ ଏବଂ ୬୪ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ମୂଲ୍ୟ ୧୪,୪୯୯ ଟଙ୍କା ।

ସେହିପରି ୧୨୮ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ମୂଲ୍ୟ ୧୫,୯୯୯ ରେ ସ୍ଥିର କରାଯାଇଛି । ଫୋନ୍‌ ହରିଜନ୍‌ ବ୍ଲୁ, ସ୍ପେସ୍‌ ବ୍ଲାକ୍‌ ଏବଂ ଷ୍ଟାରବଷ୍ଟ ହ୍ୱାଇଟ୍‌ ରଙ୍ଗରେ ଉପଲବ୍ଧ । ଅନ୍ୟପଟେ ୬ଜିବି ରାମ୍‌ ଏବଂ ୬୪ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ ସହ ରେଡମି ନୋଟ୍‌ ୧୧ଏସ୍‌ର ମୂଲ୍ୟ ୧୬,୪୯୯ ଟଙ୍କାରୁ ଆରମ୍ଭ । ୧୨୮ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ମୂଲ୍ୟ ୧୭,୪୯୯ ଟଙ୍କା ଏବଂ ୮ଜିବି ରାମ୍‌ ଏବଂ ୧୨୮ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ମୂଲ୍ୟ ୧୮,୪୯୯ ଟଙ୍କା । ଫୋନ୍‌ ହରିଜନ୍‌ ବ୍ଲୁ, ପୋଲାର ହ୍ୱାଇଟ ଏବଂ ସ୍ପେସ୍‌ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ । ରେଡମି ନୋଟ୍‌ ୧୧ର ବିକ୍ରି ଫେବୃଆରୀ ୧୧ ରୁ ଆରମ୍ଭ ହେବାକୁ ଥିବାବେଳେ ରେଡମି ନୋଟ୍‌ ୧୧ଏସ୍‌ ଫୋନର ବିକ୍ରି ଫେବୃଆରୀ ୨୧ ରୁ ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.