fbpx
BJD SKY
BJD SKY

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: କୋହଲି ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ

BJD

ଦୁବାଇ: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଆଇସିସି ଦିନିକିଆ ମାନ୍ୟତାରେ ପୂର୍ବପରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛନ୍ତି । ତେବେ ଆଗାମୀ ସମୟରେ ବିଫଳ ହେଲେ ଦିନିକିଆ ମାନ୍ୟତାର ତଳକୁ ଖସି ଆସିବା ଆଶଙ୍କା ରହିଛି । କାରଣ ରୋହିତ ଶର୍ମା ବର୍ତ୍ତମାନ ୮୦୭ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ମାତ୍ର ବୁଧବାର ଦିନ ଅହମଦାବାଦରେ ଅନୁଷ୍ଠିତ ଚଳିତ ଦିନିକିଆ ସିରିଜର ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚାରେ ଉଭୟ ରୋହିତ ଓ କୋହଲି ବିଫଳ ହୋଇ ୫ ଓ ୧୮ ରନରେ ଆଉଟ ହୋଇ ଥିବାରୁ ଆଇସିସି ମାନ୍ୟତାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

Get real time updates directly on you device, subscribe now.