fbpx
BSKY SKY
BSKY SKY

(Video) ମ୍ୟାଚ ଫିକ୍ସିଂ କରିଛନ୍ତି ଭାରତୀୟ ଖେଳାଳି! ଜାଣି ଜାଣି No Ball ପକାଇଲେ ଷ୍ଟାର ବୋଲର, ମିଳିବ ଦଣ୍ଡ

BSKY

ନୂଆଦିଲ୍ଲୀ: ଭାରତୀୟ ବୋଲରଙ୍କୁ ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ । ଟିମ ଇଣ୍ଡିଆର ବୋଲରଙ୍କୁ ନେଇ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ୟୁଜର । ମ୍ୟାଚ ସମୟରେ ନୋ ବଲ ପକାଇବା ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଷ୍ଟାର ବୋଲର । ମ୍ୟାଚରେ ଜାରି ଜାଣି ନୋବଲ୍ ପକାଇଥିବା କହୁଛନ୍ତି ସୋସିଆଲ ମିଡିଆ ୟୁଜର । ଏହି ନୋ ବଲ୍ ପରେ ଭାରତୀୟ କ୍ରିକେଟପ୍ରେମୀଙ୍କର ମନେ ପଡ଼ି ଯାଇଛନ୍ତି ପାକିସ୍ତାନୀ ବୋଲର ମହମ୍ମଦ ଆମିର । ଯାହାକୁ ନେଇ ଏବେ ଭାରତୀୟ ବୋଲରଙ୍କୁ ଖୁବ ଟ୍ରୋଲ କରିବାରେ ଲାଗିଛନ୍ତି ଭାରତୀୟ ଫ୍ୟାନ୍ସ ।

ଦିନିକିଆ ବିଶ୍ଵକପ ଫାଇନାଲରେ ପରାସ୍ତକୁ ନେଇ ଏବେ ଦୁଃଖରେ ଥିବା ଭାରତୀୟ ଫ୍ୟାନ୍ସଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଗୋଟିଏ ପଟେ ଅଷ୍ଟ୍ରେଲିଆକୁ ହରାଇ ଟି-୨୦ ସିରିଜ ଜିତି ଫାଇନାଲର ଦୁଃଖକୁ ଦୂରେଇବାକୁ ଚେଷ୍ଟା କରୁଛି ଟିମ ଇଣ୍ଡିଆ । ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଏବେ ପୁଣିଥରେ ଟ୍ରୋଲ କରିବାକୁ ବାଧ୍ୟ କରି ଦେଇଛନ୍ତି ଭାରତର ଷ୍ଟାର ବୋଲର ର ଭାରତୀୟ ବୋଲର ମ୍ୟାଚ ଫିକ୍ସିଂ କରିବା ଘଟଣାକୁ କେହି ହଜମ କରିପାରି ନାହାଁନ୍ତି । ତେବେ ଭାରତୀୟ ବୋଲର ଅଭିମନ୍ୟୁ ମିଥୁନଙ୍କ ନାଁରେ ଆସିଛି ମ୍ୟାଚ୍ ଫିକ୍ସିଂ ଭଳି ସଙ୍ଗୀନ ଅଭିଯୋଗ ।

ସୂଚନା ଅନୁସାରେ, ଆବୁଧାବିରେ ଚାଲିଥିବା ଟି-ଟେନ ଲିଗ୍ ର ଦ ଚେନ୍ନାଇ ବ୍ରେଭସ୍ ଏବଂ ନର୍ଦନ ଓ୍ଵାରିୟର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଅଭିମନ୍ୟୁ ଏହି ମ୍ୟାଚରେ ନର୍ଦନ ଓ୍ଵାରିୟର୍ସ ପକ୍ଷରୁ ପଞ୍ଚମ ଓଭର ନେଇ ଆସିଥିଲେ । ଏହି ଓଭରରେ ସେ ମୋଟ ୩ଟି ନୋ ବଲ୍ ପକାଇଛନ୍ତି । ତେବେ ଏହି ନୋ ବଲ ଗୁଡ଼ିକ ଛୋଟ କିମ୍ବା ସାଧାରଣ ବଲ ନଥିଲା । ବୋଲିଂ ଲାଇନ୍ ଠାରୁ ଯଥେଷ୍ଟ ଆଗକୁ ଯାଇ ବଲ୍ ପକାଇଥିଲେ ଅଭିମନ୍ୟୁ ମିଥୁନ । ତେବେ ଏତେ ବଡ଼ ନୋ ବଲ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । କ୍ରିକେଟପ୍ରେମୀଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ଅଭିମନ୍ୟୁ ମିଥୁନଙ୍କ ଏହି ନୋ ବଲ୍ ।

ତେବେ ମିଥୁନଙ୍କ ଏହି ନୋ ବଲ୍କୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମିଥୁନ ମ୍ୟାଚରେ ଫିକ୍ସିଂ କରିଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେବାରେ ଲାଗିଛି । ମିଥୁନଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ରିକେଟପ୍ରେମୀ । ମିଥୁନ ଏହି ମ୍ୟାଚରେ ଜାଣି ଜାଣି ନୋ ବଲ ଫିଙ୍ଗିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ସେ ଖୁବ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି । ତେବେ ଏହି ଘଟଣା ପୁଣିଥରେ କ୍ରିକେଟର କଳା କାହାଣୀ ବିଷୟରେ ମନେ ପକାଇ ଦେଇଛି ।

ସୂଚନା ଅନୁସାରେ, ୨୦୧୦ରେ ପାକିସ୍ତାନର ଦୃତ ବୋଲର ଅମିରଙ୍କ ନୋ ବଲ କଥା ତାଜା କରାଇଦେଇଛି ଅଭିମନ୍ୟୁ ମିଥୁନଙ୍କ ଏହି ବଲ୍ । ଆମିର ଏକ ମ୍ୟାଚରେ ଫିକ୍ସିଂରେ ଲିପ୍ତ ଥାଇ ଅମିର ଜାଣିଶୁଣି ଲାଇନ ଠାରୁ ବହୁତ ଆଗକୁ ଯାଇ ବୋଲିଂ କରିଥିଲେ । ତେବେ ପରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘଦିନ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟରୁ ବ୍ୟାନ ହୋଇଥିଲେ । ଏହି ଘଟଣା ପରେ ଯଦି ଅଭିମନ୍ୟୁ ମିଥୁନ ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବ ତାଙ୍କୁ କେଉଁ ଦଣ୍ଡ ମିଳିବ ତାହା ଉପରେ ସମସ୍ତେଆଲୋଚନା ଆରମ୍ଭ କରି ଦେଇଛନ୍ତି ।

Get real time updates directly on you device, subscribe now.