fbpx
BJD SKY
BJD SKY

ଭାରତ ଏହି ରେଲୱେ ଷ୍ଟେସନରେ ଦରକାର ପଡ଼େ ଭିସା ଏବଂ ପାସପୋର୍ଟ, ଯଦି କେହି ବିନା ଭିସାରେ ଯାଏ ତେବେ ତାକୁ ଜେଲ୍‌ ଯିବାକୁ ପଡେ

BJD

ନୂଆଦିଲ୍ଲୀ:  ଭାରତୀୟ ରେଲୱେ ବିଶ୍ୱର ଚତୁର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠାରୁ ବଡ ରେଲୱେ ନେଟୱର୍କ । ଭାରତରେ ସମୁଦାୟ ୮୩୩୮ ରେଲୱେ ଷ୍ଟେସନ ଅଛି । କିନ୍ତୁ ଜାଣିଛନ୍ତି କି ଦେଶରେ ଏମିତି ଏକ ରେଲୱେ ଷ୍ଟେସନ ଅଛି ଯେଉଁଠିକି ଯିବା ପାଇଁ ଆପଣଙ୍କୁ ଭିସା ଏବଂ ପାସପୋର୍ଟ ଆବଶ୍ୟକ ପଡିଥାଏ । ଯଦି କେହି ବିନା ଭିସାରେ ଯାଏ ତେବେ ତାକୁ ଜେଲ୍‌ ଯିବାକୁ ପଡିପାରେ । ଏହି ରେଲୱେ ଷ୍ଟେସନର ନାଁ ଅଟାରୀ । ଏବେ ଏହି ଷ୍ଟେସନ ଅଟାରୀ ଶ୍ୟାମ ସିଂହ ଷ୍ଟେସନ ନାଁରେ ଜଣାଯାଏ । ଏଠାକୁ ଯିବା ପାଇଁ ପାକିସ୍ତାନୀ ଭିସା ବାଧ୍ୟତାମୂଳକ କରିଦିଆଯାଇଛି । ଗୁଇନ୍ଦା ଏବଂ ସୁରକ୍ଷା ଏଜେନ୍ସିରେ ୨୪ ଘଣ୍ଟା ଘେରି ରହିଥିବା ଏହି ରେଲୱେ ଷ୍ଟେସନକୁ ବିନା ଭିସାରେ ପହଞ୍ଚିଲେ ଦେଶର କୌଣସି ବି ନାଗରିକ ବିରୁଦ୍ଧରେ ୧୪ ଫରେନ୍‌ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇପାରେ ।

ଏହି ରେଲୱେ ଷ୍ଟେସନରୁ ଦେଶର ସବୁଠାରୁ ଭିଭିଆଇପି ଟ୍ରେନ୍‌ ସମଝୌତା ଏକ୍ସପ୍ରେସକୁ ଗ୍ରୀନ୍‌ ସିଗନାଲ୍‌ ମିଳେ । କହିରଖୁଛୁ ସମଝୌତା ଏକ୍ସପ୍ରେସ କଶ୍ମୀରର ଧାରା ୩୭୦ ହଟିବା ପରଠୁ ବନ୍ଦ ଅଛି । ଏହା ଦେଶର ପ୍ରଥମରେଲୱେ ଷ୍ଟେସନ ଯେଉଁଠି ଟ୍ରେନକୁ ସବୁଜ ପତାକା ଦେଖାଇବା ପାଇଁ ସୀମା ଶୁଳ୍କ ବିଭାଗ ସହିତ ଟ୍ରେନରେ ବସିଥିବା ଯାତ୍ରୀଙ୍କଠୁ ଅନୁମତି ନିଆଯାଏ । ଏହା ହେଉଛି ଦେଶର ଶେଷ ରେଲୱେ ଷ୍ଟେସନ । ଏହାର ଗୋଟେ ପଟେ ଅମୃତସର ଏବଂ ଅନ୍ୟ ପଟେ ଲାହୋର । ଟ୍ରେନ୍‌ ବନ୍ଦ ହେବା ପରେ ମଧ୍ୟ ଷ୍ଟେସନରେ ସବୁବେଳେ କିଛି ନା କିଛି ଜରୁରି କାମ ଚାଲିଥାଏ ।

Get real time updates directly on you device, subscribe now.