fbpx

୬ଦିନ ପାଇଁ ବାଧାପ୍ରାପ୍ତ ହେବ ଟ୍ରେନ୍ ସେବା: ଟିକେଟ୍ କରିବା ପୂର୍ବରୁ ଆଜି ହିଁ ଚେକ୍ କରି ନିଅନ୍ତୁ

ନୂଆଦିଲ୍ଲୀ: ଆସନ୍ତା କିଛି ଦିନ ମଧ୍ୟରେ ଭାରତୀୟ ରେଳବାଇର କିଛି ଟ୍ରେନ୍ ଚଳାଚଳ ସେବା ବାଧାପ୍ରାପ୍ତ ହେବ । ତେବେ ଯଦି ଆପଣ ଦୂର ଯାତ୍ରା ପାଇଁ କୌଣସି ଯୋଜନା କରୁଛନ୍ତି କିମ୍ବା କୁଆଡେ ଯିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣଙ୍କ ପାଇଁ ଖରାପ ଖବର । ୬ ଦିନ ପାଇଁ ବିଭିନ୍ନ ଟ୍ରେନର ଗତିପଥ ପରିବର୍ତ୍ତନ ହୋଇଥିବା ବେଳେ କିଛି ଟ୍ରେନକୁ ବାତିଲ ମଧ୍ୟ କରାଯାଇଛି । ବିଭିନ୍ନ ପ୍ରକାରର ମେଣ୍ଟେନାନ୍ସ କାମ ପାଇଁ ଟ୍ରେନ ଚଳାଚଳ ସମୟରେ ପରିବର୍ତ୍ତନ ଆଶା କରାଯାଉଛି । ତେଣୁ କୌଣସି ଯାତ୍ରା କରିବା ପୂର୍ବରୁ ଆଗୁଆ ଯୋଜନା ପ୍ରସ୍ତୁତ କରି ନିଅନ୍ତୁ ।

ରୁଟ୍ ପରିବର୍ତ୍ତନ କରାଯାଇଥିବା ଟ୍ରେନ ଗୁଡିକ ମଧ୍ୟରେ ରହିଛି ହାଓଡା-ଭୋପାଳ,ସିଙ୍ଗରୌଲୀ-ନିଜାମୁଦ୍ଦିନ, ଅହମ୍ମଦାବାଦ-କୋଲକାତା ଟ୍ରେନ୍ ରହିଛି । ଭୋପାଳ-ସିଙ୍ଗରୌଲୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ ନମ୍ବର ୨୨୧୬୫ ଏପ୍ରିଲ ୧୩-୧୬ ମଧ୍ୟରେ ବନ୍ଦ ରହିବ ।

ସିଙ୍ଗରୌଲୀ- ଭୋପାଳ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ ନମ୍ବର ୨୨୧୬୬ ଏପ୍ରିଲ ୧୪-୧୯ ମଧ୍ୟରେ ବନ୍ଦ ରହିବ ।

ଟ୍ରେନ୍ ନମ୍ବର ୨୨୧୬୭ ସିଙ୍ଗରୌଲି-ହଜରତ ନିଜାମୁଦ୍ଦିନ ସୁପରଫାଷ୍ଟ ଏକ୍ସପ୍ରେସ ଏପ୍ରିଲ ୧୭ରେ ବନ୍ଦ ରହିବ ।

ଟ୍ରେନ୍ ନମ୍ବର ୨୨୧୬୮ ହଜରତ ନିଜାମୁଦ୍ଦିନ ସୁପରଫାଷ୍ଟ ଏକ୍ସପ୍ରେସ-ସିଙ୍ଗରୌଲି ଏପ୍ରିଲ ୧୭ରେ ବନ୍ଦ ରହିବ ।

Get real time updates directly on you device, subscribe now.