ନୂଆଦିଲ୍ଲୀ: ପ୍ରଥମ ଟି-୨୦ରେ ଧମାକା କରିଛି ମେନ ଇନ ବ୍ଲୁ । ଆରମ୍ଭରୁ ଦମଦାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ଦେଇଛି ଏକ ବିଶାଳ ରନର ଟାର୍ଗେଟ । ଇଶାନ କିଶାନଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ପାରି ବଳରେ ୨୧୨ ରନର ଏକ ବିଶାଳ ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଦମଦାର କମବ୍ୟାକ କରିଛନ୍ତି ଓପନର ଇଶାନ କିଶାନ ।
Setting the stage on fire, @ishankishan51 hammered 76 & was #TeamIndia's top performer in the first innings. 👍 👍 #INDvSA | @Paytm
A summary of his knock 🔽 pic.twitter.com/3qUAZZKPf3
— BCCI (@BCCI) June 9, 2022
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସାଉଥ ଆଫ୍ରିକା । କିନ୍ତୁ ଏହି ନିଷ୍ପତ୍ତି ଦଳ ପାଇଁ ଭୁଲ ପ୍ରମାଣିତ ହୋଇଛି । ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ସଫଳ ହୋଇ ପାରି ନାହାନ୍ତି । ଟିମ ଇଣ୍ଡିଆର ସମସ୍ତ ଖେଳାଳି ଅତି ସହଜରେ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ପାଳି ଆରମ୍ଭ କରିଥିବା ଇଶାନ କିଶାନ ଏବଂ ଋତୁରାଜ ଗାଏକ୍ୱାଡ ଦଳକୁ ଏକ ଭଲ ଷ୍ଟାର୍ଟ ଦେଇଥିଲେ । କିନ୍ତୁ ମାତ୍ର ୨୩ ରନ କରି ପାର୍ଣ୍ଣେଲଙ୍କ ଶିକାର ପାଲଟିଥିଲେ ଋତୁରାଜ । ଏହାପରେ ଶ୍ରେୟସ ଆୟର ମଧ୍ୟ ଇଶାନଙ୍କ ସହ ମିଶି ଦମଦାର ପ୍ରଦର୍ଶନ କରିଥିଲେ । ୨୭ ବଲରେ ୩୬ ରନ କରି ପ୍ରିଟୋରିୟସଭ୍କ ବଲରେ ଆଉଟ ହୋଇଯାଇଥିଲେ । ତେବେ ଅଧିନାୟକ ଋଷଭ ପନ୍ତ ୧୬ ବଲରେ ୨୯ ରନ କରି ନୋକିଆଙ୍କ ଶିକାର ହୋଇଥିଲେ । ଏହାପରେ ଆଇପିଏଲର ପାୱାର ଦେଖାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ୧୨ ବଲରେ ୩ ଛକା ଏବଂ ୨ ଚୌକା ୩୧ ରନର ଏକ ଦ୍ରୁତ ପାଳି ଖେଳି ଦଳକୁ ୨୧୧ରେ ପହଞ୍ଚାଇଛନ୍ତି । ଫଳରେ ଦକ୍ଷିଣ ଆଫ୍ରିକାକୁ ମିଳିଛି ୨୧୨ ରନର ଏକ ବିଶାଳ ଲକ୍ଷ୍ୟ ।
𝗜𝗻𝗻𝗶𝗻𝗴𝘀 𝗕𝗿𝗲𝗮𝗸!
A superb batting show by #TeamIndia to post 211/4 on the board. 💪 💪
Over to our bowlers now. 👍 👍
Scorecard ▶️ https://t.co/YOoyTQmu1p #INDvSA | @Paytm pic.twitter.com/Sz0FovFdcU
— BCCI (@BCCI) June 9, 2022
ସେପଟେ ସାଉଥ ଆଫ୍ରିକାର ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କେଶବ ମହାରାଜ ୩ ଓଭରରେ ୪୩ ରନ ବ୍ୟୟ କରିଥିବା ବେଳେ ୨ ଓଭରରେ ୨୭ ରନ ଦେଇଛନ୍ତି ସାମ୍ସି । ସେହିପରି ପ୍ରିଟୋରିୟସ ଏବଂ ନୋକିଆ ମଧ୍ୟ ଭାରତର ବ୍ୟାଟ୍ସମ୍ୟାନ ଆଗରେ ଫେଲ ମାରିଥଇଲେ । ତେବେ କେଶବ ମହାରାଜ, ନୋକିଆ, ପାର୍ଣ୍ଣେଲ ଏବଂ ପ୍ରିଟୋରିୟସ ସମସ୍ତଙ୍କୁ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।