Breaking: ସାରା ବିଶ୍ୱରେ ଭାରତର ଟେକ ରଖିଛନ୍ତି ପ୍ରବାସୀ ଭାରତୀୟ, NRIଙ୍କ ପାଇଁ ସମ୍ଭବ ହୋଇଛି ବିକଶିତ ଭାରତ

ପ୍ରବାସୀଙ୍କୁ ନେଇ ଦେଶବାସୀ ଗର୍ବିତ । ଯେଉଁଠି ରହିଲେ ବି ମାତୃଭୂମି ପ୍ରୀତି ଛାଡ଼ିବ ନାହିଁ ।

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଉଦଯାପନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଅଭିଭାଷଣ । ପ୍ରବାସୀ ଭାରତୀୟ ବିଶ୍ୱରେ ଦେଶର ନାମ ଟେକ ରଖିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇଛନ୍ତି ପ୍ରବାସୀ ଭାରତୀୟ ।

ଆପଣଙ୍କ ପାଇଁ କେବଳ ଭାରତବାସୀ ଗର୍ବିତ ନୁହଁନ୍ତି । ନିୟୁତ ନିୟୁତ ଲୋକ ଆପଣଙ୍କୁ ଆଦର୍ଶ ମାନୁଛନ୍ତି । ବିକଶିତ ଭାରତ ନିର୍ମାଣରେ ଆପଣମାନାଙ୍କ ସହଯୋଗ ଜରୁରୀ । ଏନଆରଆଇଙ୍କ ପାଇଁ ଭାରତ ସରକାର ବହୁତ ଯୋଜନା ବି କରିଛନ୍ତି ।

ପ୍ରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ରାଷ୍ଟ୍ରପତିଙ୍କ ପ୍ରଶଂସା । ୩ ଦିନରେ ଭାରତ କ’ଣ ଓ ପ୍ରବାସୀଙ୍କ ଯୋଗଦାନର ବିତର୍କ ହୋଇଛି ।
ଆପଣ ଯେଉଁଠି ଥିଲେ ବି ମାତୃଭୂମି ପ୍ରୀତି ନିଶ୍ଚିତ ରହିବ ବୋଲି କହିଲେ ରାଷ୍ଟ୍ରପତି ।

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ‌ର ଉଦ୍‌ଯାପନୀ ଦିବସରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।