fbpx

ବ୍ୟାଙ୍କରେ ଏବେ ୨୦୦୦ଟଙ୍କିଆ ନୋଟ୍ ର ବନ୍ୟା, ବଦଳାଇବା ପରିବର୍ତ୍ତେ ଅଧିକ ଜମା କରୁଛନ୍ତି ଲୋକେ

Advertisement

ନୂଆଦିଲ୍ଲୀ:ଦେଶରେ ୨୦୧୬ରେ ହୋଇଥିବା ନୋଟବନ୍ଦୀ ଘଟଣା ଆଜି ବି ଲୋକଙ୍କ ମନରୁ ଯାଇନାହିଁ । ଏହି ସମୟରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ର ପ୍ରଚଳନକୁ ବନ୍ଦ କରି ଦିଆଯାଇଥିଲା । ଏହାପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ଟଙ୍କିଆ ନୋଟ୍ କୁ ପ୍ରଚଳନରୁ ବନ୍ଦ କରି ଦେଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର କହିଛନ୍ତି ପ୍ରଚଳନରେ ଥିବା ୨୦୦୦ଟଙ୍କିଆ ନୋଟ୍ ର ୫୦ ପ୍ରତିଶତ ବ୍ୟାଙ୍କିଂ ପ୍ରଣାଳୀରେ ଫେରି ଆସିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, କେନ୍ଦ୍ରୀୟ ବ୍ୟାଙ୍କ ଗତ ମାସରେ ଏହି ୨୦୦୦ଟଙ୍କିଆ ନୋଟକୁ ଫେରାଇ ନେବାର ଘୋଷଣା କରିଥିଲା । ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ମୋଟ ୩.୬୨ ଲକ୍ଷ କୋଟି ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ଏହି ଘୋଷଣା ପରେ ଏବେ ସୁଦ୍ଧା ୧.୮୦ ଲକ୍ଷ କୋଟି ଟଙ୍କା ଫେରି ଆସି ପାରିଛି । । ସେ କହିଛନ୍ତି ମୋଟ ୨୦୦୦ଟଙ୍କିଆ ନୋଟର ୮୫ ପ୍ରତିଶତ ନୋଟ୍ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ବାକି ନୋଟ୍  ଛୋଟ ମୂଲ୍ୟ ବର୍ଗ ନୋଟ୍ ରେ ବଦଳା ଯାଇଛି । ଆରବିଆଇ ଗଭର୍ଣ୍ଣର ଗତ ସପ୍ତାହରେ କହିଥିଲେ ୨୦୦୦ଟଙ୍କିଆ ନୋଟ୍ କୁ ପ୍ରଚଳନରୁ ହଟାଇବାର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ବହୁତ ସୀମିତ ରହିବ । କାରଣ ପ୍ରଚଳନରେ ଥିବା ମୋଟ୍ ମୁଦ୍ରାରେ ୨୦୦୦ ଟଙ୍କିଆ ନୋଟ୍ ପରିମାଣ ମାତ୍ର ୧୦.୮ ପ୍ରତିଶତ ।

Get real time updates directly on you device, subscribe now.