fbpx

ମେଜର ଧ୍ୟାନଚାନ୍ଦଙ୍କୁ ସଲାମ୍ ଜଣାଇଲେ ଭାରତର କାଂସ୍ୟବିଜେତା: ହକି ଯାଦୁଗରଙ୍କ ମୂର୍ତ୍ତି ଆଗରେ ହେଲେ ନତମସ୍ତକ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦମଦାର ଷ୍ଟାଇଲରେ ସ୍ପେନକୁ ମାତ୍ ଦେଇ ବ୍ରୋଞ୍ଜ ପଦକ ହାସଲ କରିଛି ଟିମ ଇଣ୍ଡିଆ । ୫୨ ବର୍ଷ ପରେ ଦୁଇଟି ଐତିହାସିକ ରେକର୍ଡ ହାସଲ କରିଛି ଟିମ ଇଣ୍ଡିଆ । ୫୨ ବର୍ଷ ପରେ ଭାରତ ପ୍ରଥମ ଥର ଅଲିମ୍ପିକ ଖେଳରେ ଲଗାତାର ୨ଟି ବ୍ରୋଞ୍ଜ ପଦକ ବିଜୟୀ ହେବା ସହ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ଅଲିମ୍ପିକ୍ କ୍ରୀଡ଼ାରେ ପରାସ୍ତ କରିଛି । ଏହି ବିଜୟ ପରେ ଭାରତରେ ପହଞ୍ଚି ମେଜର ଧ୍ୟାନଚାନ୍ଦଙ୍କୁ ସଫଳତାର ଶୁଭେଚ୍ଛା ଜଣାଇଛନ୍ତି ହରମନପ୍ରୀତ ସିଂହ ଏବଂ ସେନା । ହକିର ଯାଦୁଗରଙ୍କୁ ପ୍ରତିମୂର୍ତ୍ତି ସାମନାରେ ନତମସ୍ତକ ହୋଇ ତାଙ୍କୁ ସମ୍ମାନ ଜଣାଇଛି କାଂସ୍ୟବିଜେତା ଦଳ ।

ଏହା ପୂର୍ବରୁ ୧୯୬୮ ଏବଂ ୧୯୭୨ରେ ଲଗାତାର ୨ଟି ବ୍ରୋଞ୍ଜ ମେଡାଲ ମ୍ୟାଚ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ । ଏହାପରେ ଚଳିତଥର ପୁଣିଥରେ ଏହି କାରନାମା କରିବାରେ ଭାରତୀୟ ହକି ଦଳ ସଫଳ ହୋଇଛି । ବ୍ରୋଞ୍ଜ ମେଡାଲ ମ୍ୟାଚରେ ସ୍ପେନକୁ ମାତ୍ ୨-୧ରେ ଦେଇ ମେଡାଲ ହାସଲ କରିଥିଲା । ଟିମ ଇଣ୍ଡିଆ ପ୍ୟାରିସରେ ଭାରତର ଟେକ ରଖିବା ପରେ ଆଜି ସ୍ୱଦେଶ ଫେରିଛି । ଭାରତ ଫେରିବା ପରେ ଟିମ ଦିଲ୍ଲୀରେ ଅବସ୍ଥିତ ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ପହଞ୍ଚିଥିଲେ । ଏହାପରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମ୍ବର୍ଦ୍ଧନା ଜଣାଇଛନ୍ତି ।

Get real time updates directly on you device, subscribe now.