fbpx

ମରିଶସରେ ଖୋଲିଲା ଭାରତର ପ୍ରଥମ ବିଦେଶୀ ଜନଔଷଧି କେନ୍ଦ୍ର, ଦ୍ୱିପାକ୍ଷିକ ସହଯୋଗର ବଳିଷ୍ଠ ନିଦର୍ଶନ

ଓଡିଶା ଭାସ୍କର: କେନ୍ଦ୍ରୀୟ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ମରିଶସରେ ଭାରତର ପ୍ରଥମ ବିଦେଶୀ ଜନ ଔଷଧି କେନ୍ଦ୍ରର ଉଦଘାଟନ କରିଛନ୍ତି । ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବିଶେଷ ରୂପରେ ଘନିଷ୍ଠତାକୁ ଆହୁରି ସୁଦୃଢ କରିବ । ଏହା ଦ୍ୱିପାକ୍ଷିକ ସହଯୋଗର ପ୍ରମାଣ ଭାବରେ ମଧ୍ୟ ଉଭା ହୋଇଛି । ଦୁଇଦିନିଆ ବିଦେଶ ଯାତ୍ରାରେ ଥିଲେ ଏସ. ଜୟଶଙ୍କର । ଯାହା ତାଙ୍କର ନୂଆ କାର୍ଯ୍ୟକାଳରେ ପ୍ରଥମ ବିଦେଶ ଗସ୍ତ ଅଟେ ।

ଗତକାଲି ସେ ମରିଶସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କ ସହ ମିଶି ଭାରତର ପ୍ରଥମ ବିଦେଶୀ ଜନ ଔଷଧି କେନ୍ଦ୍ରର ଉଦଘାଟନ କରିଛନ୍ତି । ଯାହା ଭାରତ ଓ ମରିଶସର ଘନିଷ୍ଠତାର ନିଦର୍ଶନ ଭାବରେ ଦୃଷ୍ଟିଗୋଚର ହୋଇଛି ।

ଜୟଶଙ୍କର ଏକ୍ସ ( ପୂର୍ବର ଚ୍ୱିଟର) ରେ ଏକ ପୋଷ୍ଟ କରି ମରିଶସ ପ୍ରଧାନମନ୍ତ୍ରୀଙ୍କ ସହ ଏହାର ଉଦଘାଟନ କରି ସେ ଖୁସି ଥିବା ଦର୍ଶାଇଛନ୍ତି । ଏହା ଭାରତ ଓ ମରିଶସର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ସଶକ୍ତ ଓ ସୁଦୃଢ କରିବ ବୋଲି ବିଦେଶୀ କେନ୍ଦ୍ରୀୟ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି । ଭାରତରେ ନିର୍ମିତ ଔଷଧ ମରିଶସର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଗକୁ ନେବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ତାହାସହ ଜୟଶଙ୍କର ମରିଶସରେ ଭାରତୀୟ ଅନୁଦାନରେ ତିଆରି ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ମଧ୍ୟ ଉଦଘାଟନ କରିଛନ୍ତି ମରିଶସରେ ।

Get real time updates directly on you device, subscribe now.