fbpx

Big Breaking… ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଲା ମହିଳା କ୍ରିକେଟ ଟିମ: ଶ୍ରୀଲଙ୍କାକୁ ମାତ୍ ଦେଇ ଲେଖିଲା ଇତିହାସ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଭାରତକୁ ସ୍ୱର୍ଣ୍ଣ ପଦକର ଅଧିକାରୀ କରାଇଛନ୍ତି । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ ଇଣ୍ଡିଆ । ଏହି ପ୍ରତିଯୋଗିତାରେ ମହିଳା କ୍ରିକେଟ ଦଳ ପ୍ରଥମ ସୁଯୋଗରେ ହିଁ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି । ଏହାସହ ସ୍ୱର୍ଣ୍ଣିମ ଅଧ୍ୟାୟରେ ଭାରତର ନାମକୁ ଲିପିବଦ୍ଧ କରିଛି ଭାରତର ମହିଳା ଟିମ୍ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରି ଭାରତର ‘ସୁନା’ ଝିଅ ପାଲଟିଛନ୍ତି ଦଳର ସମସ୍ତ କ୍ରିକେଟର । ଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.