fbpx

ବିମାନ ଟିକେଟ୍ ବୁକିଂରେ ମିଳୁଛି ୧୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ୍, ଫଟାଫଟ୍ ଚେକ୍ କରନ୍ତୁ ଡିଟେଲ୍

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଦୀପାବଳୀରେ ଦମଦାର୍ ଅଫର୍ ଆଣିଛି । ଦୀପାବଳୀରେ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଯାତ୍ରାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ଇଣ୍ଡିଗୋ ଏହି ଅଫର୍ ର ଘୋଷଣା କରିଛି । ଦୁଇ ଡୋଜ୍ ଭାକସିନ୍ ନେଇଥିବା ଯାତ୍ରୀ ଓ ସଶସ୍ତ୍ର ବଳଙ୍କ ପାଇଁ ଏହି ଆକର୍ଷଣୀୟ ଅଫର୍ ଅଣାଯାଇଛି ।

ତେବେ ଇଣ୍ଡିଗୋ ପକ୍ଷରୁ ସଶସ୍ତ୍ର ବାହିନୀଙ୍କ ପାଇଁ ବେସ୍ ଭଡ଼ାରେ ୫୦ ପ୍ରତିଶତ ରିହାତି ଦିଆଯାଇଥିବା ବେଳେ ଦୁଇ ଡୋଜ୍ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ବେସ୍ ଭଡ଼ାରେ ୧୦ ପ୍ରତିଶତ ଡିସକାଉଣ୍ଟ ଦିଆଯାଇଛି । ସେହିପରି ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅଫର୍ ଆଣିଛି ଇଣ୍ଡିଗୋ । ଇଣ୍ଡିଗୋ ଛାତ୍ରଛାତ୍ରୀଙ୍କୁ ବେସ୍ ଭଡ଼ାରେ ରିହାତି ଦେବା ସହିତ ଅତିରିକ୍ତ ବ୍ୟାଗେଜ୍ ଭତ୍ତା ପ୍ରଦାନ କରୁଛି । ଏହା ବ୍ୟତୀତ ବରିଷ୍ଠ ନାଗରିକଙ୍କ ମାମଲାରେ ଏୟାର ଲାଇନ୍ସ ବେସ୍ ଭଡ଼ା ଉପରେ ୬ ପ୍ରତିଶତ ରିହାତି ଦିଆଯାଇଛି ।
କ୍ୟାସବ୍ୟାକ୍ ସହିତ କ୍ରେଡିଟ୍ କାର୍ଡ ଅଫର୍ ମଧ୍ୟ ଏଥିରେ ଉପଲବ୍ଧ ହେଉଛି । ଏଚଏସବିସି କ୍ରେଡିଟ୍ କାର୍ଡ ଉପରେ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଏହାସହିତ ଇଣ୍ଡସଇଣ୍ଡ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଧାରକଙ୍କୁ ୧୨ ପ୍ରତିଶତ କ୍ୟାସବ୍ୟାକ୍ ଦିଆଯାଉଛି । ଗ୍ରାହକ ମାନେ ଇଣ୍ଡିଗୋର ଅଫିସିଆଲ୍ ୱେବସାଇଟ୍ goindigo.in ଲଗ୍ ଇନ୍ କରି ଟିକେଟ୍ ବୁକିଂ କରିପାରିବେ ।

 

Get real time updates directly on you device, subscribe now.