fbpx

ପାକିସ୍ତାନର ମିଶନ୍ ହନିଟ୍ରାପ୍: ସୁନ୍ଦରୀ ତରୁଣୀଙ୍କୁ ଟ୍ରେନିଂ ଦେଉଛି ଆଇଏସଆଇ, ଭାରତୀୟ ଯବାନଙ୍କଠାରୁ ହାତେଇ ନେଉଛି ସିକ୍ରେଟ୍ ତଥ୍ୟ

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କୁ ମାୟାଜାଲରେ ଫସାଇବା ପାଇଁ ପାକିସ୍ତାନ ସୁନ୍ଦରୀ ତରୁଣୀଙ୍କୁ ନେଇ ଭୟଙ୍କର ଷଡ଼ଯନ୍ତ୍ର ରଚୁଛି । ସେଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ କଲେଜ ଛାତ୍ରୀ ଗରିବ ଘରର ଯୁବତୀଙ୍କୁ ଟ୍ରେନିଂ ଦେଉଛି । ଏମାନଙ୍କୁ ରାଜସ୍ଥାନୀ ଓ ଗୁଜୁରାଟୀ ଭାଷାରେ ତାଲିମ୍ ଦିଆଯାଇ ଟ୍ରେଣ୍ଡ କରାଯାଉଛି । ଏହାପରେ ସେମାନଙ୍କୁ ଭାରତୀୟ ଯବାନଙ୍କ ପଛରେ ଲଗାଇ ବିଭିନ୍ନ ପ୍ରକାର ସିକ୍ରେଟ୍ ତଥ୍ୟ ହାସଲ କରିବା ନିମନ୍ତେ ପ୍ରୟାସ କରୁଛି ପାକିସ୍ତାନ ।

ପାକିସ୍ତାନୀ ମହିଳା ଏଜେଣ୍ଟଙ୍କର ହନିଟ୍ରାପରେ ଫସି ଭାରତୀୟ ସେନାର କିଛି ଅଧିକାରୀ ଭାରତର ମିସାଇଲ ପରୀକ୍ଷଣର ଭିଡିଓ, ଫଟୋ, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ପାକିସ୍ତାନକୁ ପ୍ରଦାନ କରିଥାନ୍ତି । କିଛି ଭାରତୀୟ ସେନା ପାକିସ୍ତାନୀ ସୁନ୍ଦରୀ ତରୁଣୀଙ୍କ ପ୍ରେମରେ ପାଗଳ ହୋଇ ବିନା ପଇସାରେ ମଧ୍ୟ ଦେଶର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଦେଇଥାନ୍ତି । ଅନେକ ଯୁବତୀ ଭିଡିଓ କଲ ମାଧ୍ୟମରେ ଅଶ୍ଲୀଳ ଫଟୋ, ଭିଡିଓ ଶୁଟ୍ କରି ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥାନ୍ତି । ଏନେଇ ଅନେକ ଘଟଣାର ପର୍ଦ୍ଦାଫାସ ହୋଇଥିବା ବେଳେ ଅନେକ ଘଟଣା ପରଦା ଭିତରେ ଯେ ଚାଲୁ ନଥିବା ସେକଥା କିଏ କହିବ?

କିଛି ପାକିସ୍ତାନୀ ଯୁବତୀ ନିଜକୁ ଭାରତୀୟ ବୋଲି ପରିଚୟ ଦେଇ ଭାରତୀୟ ଯବାନଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାନ୍ତି । ରିୟା ନାମକ ଜଣେ ପାକିସ୍ତାନୀ ମହିଳା ଏଜେଣ୍ଟ ୧୦ ଜଣ ଭାରତୀୟ ଯବାନଙ୍କୁ ହନିଟ୍ରାପରେ ଫସାଇ ଅନେକ ଗୋପନୀୟ ସୂଚନା ହାତେଇ ନେଇଥିଲା । ଏଭଳି ଯୁବତୀମାନେ ଭାରତୀୟ ଯବାନଙ୍କୁ କିଭଳି ଫସାଇବେ, ସେନେଇ ପର୍ଯ୍ୟାପ୍ତ ଟ୍ରେନିଂ ପୂର୍ବରୁ ନେଇଥାନ୍ତି । ଏମାନେ ପ୍ରଥମେ ଫୋନ ମାଧ୍ୟମରେ ହେଉ ବା ସୋସିଆଲ ମିଡ଼ିଆ ମାଧ୍ୟମରେ ହେଉ ସମ୍ପର୍କ ସ୍ଥାପନ କରିଥାନ୍ତି । ଆଇଏସଆଇର ଏହି ହନିଟ୍ରାପ ମଡେଲ ସିଧାସଳଖ ପାକିସ୍ତାନ ସେନା ଦ୍ୱାରା ପରିଚାଳିତ ହୋଇଥାଏ । ଗରିବ ଓ କଲେଜ ଯୁବତୀମାନଙ୍କୁ ଏଥିପାଇଁ ହନିଟ୍ରାପ ଟ୍ରେନିଂ, ଇଣ୍ଟେଲିଜେନ୍ସ ଅପରେଟିଭ୍ ଟ୍ରେନିଂ ଦିଆଯାଇଥାଏ ।

Get real time updates directly on you device, subscribe now.