fbpx
BSKY
BJD SHG SKY
BJD MC SKY

କିଛି ବର୍ଷରେ ଧ୍ୱଂସ ହୋଇଯିବ ଜାକର୍ତାର ଅସ୍ତିତ୍ୱ, ଇଣ୍ଡୋନେସିଆ ଖୋଜୁଛି ନୂଆ ରାଜଧାନୀ

ନୂଆଦିଲ୍ଲୀ: ବହୁ ସମୟ ଧରି ଜଳବାୟୁ ପରିବର୍ତ୍ତନ ଉପରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହାର ସିଧାସଳଖ ପ୍ରଭାବ ଇଣ୍ଡୋନେସିଆର ରାଜଧାନୀ ଜାକର୍ତା ଉପରେ ପଡିଛି । ଇଣ୍ଡୋନେସିଆର ରାଜଧାନୀ ଧିରେ ଧିରେ ସମୁଦ୍ରରେ ବୁଡିବାକୁ ଯାଉଛି ସେଥିପାଇଁ ଏହି ଦେଶର ପ୍ରଶାସନ ରାଜଧାନୀକୁ ଅନ୍ୟ କେଉଁଠିକୁ ନେଇ ଯିବା ପାଇଁ ଚେଷ୍ଟା ଆରମ୍ଭ କରିସାରିଲାଣି । ନୂଆ ରାଜଧାନୀର ଉଦଘାଟନ ୧୭ ଅଗଷ୍ଟ ୨୦୨୪ରେ ଇଣ୍ଡୋନେସିଆର ସ୍ୱତନ୍ତ୍ରତା ଦିବସରେ କରାଯାଇପାରେ ।

ଇଣ୍ଡୋନେସିଆ ପ୍ରଶାସନ ସୁତ୍ର ଅନୁସାରେ, ଦେଶର ନୂଆ ରାଜଧାନୀ ଜକାର୍ତା ଠାରୁ ପାଖାପାଖି ୨୦୦୦ କିମି ଦୂରରେ ଥିବା ବୋର୍ନିୟୋରେ ରାଜଧାନୀ ତିଆରି ହେଉଛି । ଇନଫ୍ରାଷ୍ଟ୍ରକଚରର ଅଧା କାମ ପୂରଣ ହୋଇସାରିଲାଣି । ଏହାର ପୂରା କାମ ଅଗଷ୍ଟ ୨୦୪୫ ସୁଧା ଶେଷ ହେବା ନେଇ ଅନୁମାନ କରାଯାଉଛି । ଇଣ୍ଡୋନେସିଆର ରାଜଧାନୀ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ପୂର୍ଣ୍ଣ ସହର ଅଟେ । ପରିସ୍ଥିତିକୁ ନେଇ କୁହାଯାଉଛି ଯେ, ୨୦୫୦ ପର୍ଯ୍ୟନ୍ତ ପୂରା ସହର ଜାଭା ସାଗରରେ ମିଶିଯିବ ।

ବୋର୍ନିୟୋରେ ବୁନିଆଦୀ ଢାଞ୍ଚାର ନିର୍ମାଣ ପ୍ରଥମରୁ ଆରମ୍ଭ ହୋଇସାରିଛି । ସୁରକ୍ଷା ଦୃଷ୍ଟିରୁ ସହରରେ ପ୍ରବେଶ କରିବାର ଅନୁମତି ଦିଆଯାଉନାହିଁ । ଏହି ନୂଆ ରାଜଧାନୀକୁ ଘଞ୍ଚ ଜଙ୍ଗଲରେ ବସାଯାଉଛି । ଦେଶର ରାଷ୍ଟ୍ରପତି ଜେକୋ ବିଡୋଡୋ ଚାହୁଁଛନ୍ତି ଯେ, ନୂଆ ରାଜଧାନୀର ନାମ ‘ନୁସନ୍ତରା’ ହେଉ । ଅନ୍ୟପଟେ ପରବେଶବିଦ୍ ମାନେ ମନରେ ଭୟ ପ୍ରକାଶ କରୁଛନ୍ତି ଯେ, ଘଞ୍ଚ ଜଙ୍ଗଲରେ ରାଜଧାନୀ ତିଆରି ହେଲେ ଅନେକ ଗଛକୁ କାଟିବାକୁ ପଡିବ । କିଛି ଆଦିବାସୀ ସମୂହ ବିପଦରେ ମଧ୍ୟରେ ରହିଛନ୍ତି ।

Get real time updates directly on you device, subscribe now.