fbpx

ମହଙ୍ଗା ମାଡ଼ରୁ ମିଳିପାରେ ଆଶ୍ୱସ୍ତି, କିନ୍ତୁ ଅଗଷ୍ଟରେ ଆରବିଆଇ ଧାର୍ଯ୍ୟ ଲକ୍ଷ୍ୟରୁ ରହିପାରେ ପଛରେ: ରିପୋର୍ଟ

ନୁଆଦିଲ୍ଲୀ: ଦେଶରେ ଜାରି ରହିଥିବା ଦରଦାମ୍ ବୃଦ୍ଧି ହାର ଅଗଷ୍ଟ ମାସରେ ସାମାନ୍ୟ ହ୍ରାସ ପାଇପାରେ । କିନ୍ତୁ ଲଗାତାର ଦ୍ୱିତୀୟ ମାସ ପାଇଁ ଏହା ଆରବିଆଇେ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଉପରେ ରହିପାରେ ବୋଲି ରିଉଟର୍ସ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ।

ଏହି ରିପୋର୍ଟରେ ୪୫ ଆର୍ଥିକ ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ, ଅଗଷ୍ଟ ମାସରେ ଖୁଚୁରା ଦର ୭ % ରହିବ, ଯେତେବେଳେ କି ଗତ ବର୍ଷ ଜୁଲାଇ ମାସରେ ୭.୪% ଥିଲା । ତେବେ ଅଗଷ୍ଟ ମାସରେ ମୁଦ୍ରାସ୍ପିତି ୬.୫୦% ରୁ ୭.୬୫% ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂସ ୭% ମୁଦ୍ରାସ୍ପିତି ରହିବ ବୋଲି ଆକଳନ କରିଥିଲେ ।

ଜୁଲାଇ ମାସରେ ଭାରତରେ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ଖୁଚୁରା ମୁଦ୍ରାସ୍ପିତି । ଆସନ୍ତା ମଙ୍ଗଳବାର ସରକାର ଅଗଷ୍ଟ ମାସର ମୁଦ୍ରାସ୍ପିତି ତଥ୍ୟ ପ୍ରକାଶ କରିବେ । ତେବେ ସରକାରଙ୍କ ହସ୍ତକ୍ଷେପ ପରେ ବିଭିନ୍ନ ପନି ପରିବାର ଦର ହ୍ରାସ ପାଇଥିଲା । ଏହା ସହିତ ଚାଉଳ, ଗହମ ଏବଂ ଡାଲି ରପ୍ତାନୀ ଉପେ ପ୍ରତିବନ୍ଧକ ଲଗାଇ ସରକାର ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ୍‌କୁ ନିୟନ୍ତ୍ରଣକୁ ଆଣିଛନ୍ତି ।

ସେହିଭଳି ରିଉଟର୍ସ ସର୍ଭେ ଏହା ମଧ୍ୟ ଦର୍ଶାଉଛି ଯେ, ହୋଲସେଲ୍ ମୁଦ୍ରାସ୍ପିତି ଅଗଷ୍ଟ ମାସରେ ଉପରାଦନ ମୂଲ୍ୟ ବାର୍ଷିକ ହାରରେ ମାଇନସ୍ ୬୦% ରହିବ, ଯେତେବେଳେ କି ଗଲା ମାସରେ ଏହା ୧.୩୬% ରହିଥିଲା । ତେବେ ଘରୋଇ ମୁଦ୍ରାସ୍ପିତି ଅକ୍ଟୋବର ପର୍ଯ୍ୟନ୍ତ ଆରବିଆଇ ନିର୍ଦ୍ଧାରିତ ଲକ୍ଷ୍ୟରୁ ଉପରେ ରହିବ ବୋଲି ଆକଳନ କରାଯାଇଛି । ସେହିପରି ୨୦୨୫ ପର୍ଯ୍ୟନ୍ତ ମୁଦ୍ରାସ୍ପିତି ୪% ଉପରେ ରହିବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.