(Video) ପାମ୍ପଡ଼ ବିକ୍ରି କରୁଥିବା ଶିଶୁକୁ ୫୦୦ ଟଙ୍କା ଦେଲେ ଏହି ବ୍ୟକ୍ତି, କାରଣ ଶୁଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପାମ୍ପଡ଼ ବିକ୍ରି କରୁଥିବା ଏକ ଛୋଟ ପିଲା ଏପରି କଥା କହିଛି, ଯାହାକୁ ଶୁଣି ସମସ୍ତେ ଖୁସି ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏହି ଭିଡିଓ..

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେବା ମଧ୍ୟରେ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଖୁସି ସହ ଭାବବିହ୍ୱଳ ହୋଇଯିବେ।

ଏହି ଭିଡିଓରେ ଆପଣ କିଛି ଶିକ୍ଷା ଲାଭ କରିପାରିବେ। ପାମ୍ପଡ଼ ବିକୁଥିବା ଜଣେ ଛୋଟ ଶିଶୁ ଏଭଳି କଥା କହିଛି, ଯାହା ସମସ୍ତଙ୍କ ମନକୁ କିଣି ନେଇଛି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

‘କାମ କରୁଛି ଭିକ ମାଗୁନି’: ଭାଇରାଲ ହେଉଥିବା ଏହି ଭିଡିଓରେ ସମୁଦ୍ର ବେଳାଭୂମିରେ ପାମ୍ପଡ଼ ବିକ୍ରି କରୁଥିବା ଏକ ଛୋଟ ଶିଶୁ ପାମ୍ପଡ଼ ବ୍ୟାଗ ଧରି ବସିଛି। ସେ ଇନଫ୍ଲୁଏନ୍ସରଙ୍କୁ କହୁଛି ଯେ, ଭାଇ ପାମ୍ପଡ଼ ବିକ୍ରି ହେଉନି। ତା’ ଉତ୍ତରରେ ଇନଫ୍ଲୁଏନ୍ସର ପଚାରୁଛନ୍ତି ଯେ, ୫ଟଙ୍କାରେ ଦେଇଦିଅ। ଶିଶୁଟି କହୁଛି ନା ଭାଇ ୫ଟଙ୍କାରେ ହେବନି।

ଇନଫ୍ଲୁଏନ୍ସର ଜଣକ କହୁଛନ୍ତି ଯେ, ତୁମେ କଣ ତୁମ ମାଆଙ୍କୁ ଭଲପାଉନ? ଶିଶୁଟି କହୁଛି ହଁ। ତା’ପରେ ଇନଫ୍ଲୁଏନ୍ସର କହୁଛନ୍ତି, ମୁଁ ବି ମୋ ମାଆଙ୍କୁ ବହୁତ ଭଲପାଏ। ତେବେ ମୋ ମୋ ମାଆ କଣ ତୁମ ମାଆ ନୁହଁନ୍ତି? ଏହାକୁ ଶୁଣି ପାମ୍ପଡ଼ ବିକୁଥିବା ଶିଶୁଟି ୩୦ ଟଙ୍କାର ପାମ୍ପଡ଼କୁ ସେହି ଇନଫ୍ଲୁଏନ୍ସରଙ୍କୁ ମାତ୍ର ୫ ଟଙ୍କାରେ ଦେଇଦେଉଛି।

ପରେ ଇନଫ୍ଲୁଏନ୍ସର ଆସି ଶିଶୁକୁ କହୁଛନ୍ତି ଯେ, ତୁମ ପାମ୍ପଡ଼ ମୋ ମାଆଙ୍କୁ ବହୁତ ଭଲ ଲାଗିଲା। ଏହାପରେ ସେ ଶିଶୁକୁ ୫୦୦ ଟଙ୍କା ଯାଚିଲେ। ଏହି ୫୦୦ ଟଙ୍କାକୁ ନ ନେଇ ପିଲାଟି ଇନଫ୍ଲୁଏନ୍ସରଙ୍କୁ କହିଲା ଯେ, ଭାଇ ମୁଁ ଏତେ ମୁଁ ନେବିନି।

ଇନଫ୍ଲୁଏନ୍ସର ପୁଣି କହୁଛନ୍ତି, ତୁମେ ମୋ ମାଆ ପାଇଁ ପାମ୍ପଡ଼ ଦେଲ, ଏହା ମୋ ତରଫରୁ ନିଜ ମାଆ ପାଇଁ ରଖିଦିଅ। ଏହାକୁ ଶୁଣି ଶିଶୁଟି କହିଲା, “ ଭାଇ, ମୁଁ କାମ କରିପାରିବି, ଭିକ ମାଗୁନି, ତେବେ ଅନ୍ୟ ଟଙ୍କା କାହିଁକି ନେବି।” ଏହି ଭିଡିଓଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି।