fbpx

ପାଣିପାଗ ବିଭାଗର ସୂଚନା: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଝଡବର୍ଷା ସହ ଘନ ଘନ ବଜ୍ରପାତ 

Advertisement

ଭୁବନେଶ୍ୱର: ଆଜି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝଡବର୍ଷା ସହିତ ବଜ୍ରପାତ ନେଇ ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାର କରିଛି । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟ୍ର ପ୍ରତି ପ୍ରାୟ ୪୦ ରୁ ୫୦ କି.ମି ପ୍ରତି ଘଣ୍ଟାରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟର ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାମାନଙ୍କ ମଧ୍ୟରେ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ସମେତ କନ୍ଧମାଳ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାବ୍ୟତୀତ ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, କୋର୍ଦ୍ଧା ଏବଂ କଟକରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ତାଲିକାରେ ରହିଛନ୍ତି ।

Get real time updates directly on you device, subscribe now.