fbpx
BJD
BJD SKY
BJD SKY

ରାଜ୍ୟରେ ଖସିବ ପାରଦ, ବଢିବ ଶୀତ: ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଲାଣି । ଦିନକ ପରେ ଶୀତର ପ୍ରକୋପ ଅଧିକ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ତେବେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଗତ ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି । ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି । ଏଥିସହ କେତେକ ସ୍ଥାନରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି । ତେବେ ଆଉ ଦିନକ ପାଇଁ ରାଜ୍ୟରେ ଗରମ ରାଜ କରିବାର ସମ୍ଭାବନା ରହିଛି । ଓଡ଼ିଶାକୁ ଆସୁଥିବା ଗରମ ଶୁଷ୍କବାୟୁ ପ୍ରବାହ ପ୍ରଭାବରେ ଏଭଳି ପାଗ ଆଗକୁ ଜାରି ରହିବ ।

ବାୟୁମଣ୍ଡଳରେ ଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପାଇଁ ଆର୍ଦ୍ରତା ବୃଦ୍ଧି ପାଉଛି । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ତାପମାତ୍ରା ରହୁଛି । ଏହାସହ ପଶ୍ଚିମାଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶା ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏବେ କାର୍ତ୍ତିକ ମାସରେ ଖରା ଛାଇର ଖେଳ ଦେଖିବାକୁ ମିଳୁଛି । କେତେବେଳେ ଗରମ ହେଉଛି ତ ପୁଣି କେତେବେଳେ ଗୁଳୁଗୁଳି, ପୁଣି କେତେବେଳେ ହାଲୁକା ଥଣ୍ଡା ତ ଆଉ କେତେବେଳେ ବର୍ଷା । ବାୟୁ ଚଳାଚଳର ଅସଂଗିତ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.