fbpx

ସୁନା ଉପରେ ଫୋନ୍ ପେ ପକ୍ଷରୁ ଆକର୍ଷଣୀୟ ଅଫର: ଜାଣନ୍ତୁ କିପରି ଉଠାଇବେ ଫାଇଦା ?

Advertisement

ନୂଆଦିଲ୍ଲୀ : ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାସବ୍ୟାକ ଅଫର୍ର ଲାଭ ଉଠାଇପାରିବେ । ଏହି ଅଫର ନଭେମ୍ବର ୯ରୁ ୧୨ ତାରିଖ ମଧ୍ୟରେ ସମସ୍ତ ଏକକାଳୀନ ଟ୍ରାଞ୍ଜାକ୍ସନ (ୟୁଜର ପ୍ରତି ଥରେ) ପାଇଁ ବୈଧ ଅଟେ ।

ଭାରତରେ ୧୯,୦୦୦ରୁ ଅଧିକ ପୋଷ୍ଟାଲ କୋଡରେ ୧ କୋଟିରୁ ଅଧିକ ଗ୍ରାହକ ଫୋନପେ ପ୍ଲାଟଫର୍ମରେ ପାରଦର୍ଶି ମୂଲ୍ୟରେ ଉଚ୍ଚ ଶୁଦ୍ଧତାର ୨୪କ୍ୟାରେଟ ସୁନା କିଣିଛନ୍ତି । ଫୋନପେରେ ଡିଜିଟାଲ ସୁନା କିଣିବାର ଅନ୍ୟକିଛି ସୁବିଧା ମଧ୍ୟ ରହିଛି ତାହା ହେଉଛି ଘରେ ଆରାମରେ ବସି ୨୪ ଘଂଟିଆ ସପିଂ କରିହେବ । ଗ୍ରାହକମାନେ ସେମାନଙ୍କର ସଂରକ୍ଷିତ ସୁନାକୁ ଯେକୌଣସି ସମୟରେ ବିକ୍ରୟ କରିବାର ବିକଳ୍ପ ମଧ୍ୟ ବାଛିପାରିବେ ଏବଂ ୪୮ ଘଣ୍ଟା ମଧ୍ୟରେ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ ।

ଗ୍ରାହକଙ୍କ ପାଖରେ ନିଜର ପସନ୍ଦର ଯେକୌଣସି ପରିମାଣର ରାଶି ପାଇଁ ଡିଜିଟାଲ ଗୋଲ୍ଡରେ ବିନିଯୋଗ କରିବାର ସୁବିଧା ମଧ୍ୟ ରହିଛି । ଏକକାଳୀନ କିଣାକିଣି ବ୍ୟତୀତ, ଫୋନପେ ପ୍ରତ୍ୟେକ ଭାରତୀୟଙ୍କୁ ଏସଆଇପି ମାଧ୍ୟରେ ଡିଜିଟାଲ ସୁନାରେ ପୁଞ୍ଜି ନିବେଶ କରିବାକୁ କ୍ଷମତା ପ୍ରଦାନ କରେ ଯାହାଦ୍ୱାରା ଗ୍ରାହକମାନଙ୍କୁ ଦୀର୍ଘକାଳୀନ ବ୍ୟବସ୍ଥିତ ଭାବରେ ନିବେଶ କରିବାରେ ସାହାଯ୍ୟ ମିଳିଥାଏ ।

Get real time updates directly on you device, subscribe now.