fbpx

ଆଇଟି କ୍ଷେତ୍ରରେ ଚାକିରିର ବମ୍ପର ସୁଯୋଗ: ଇନଫୋସିସ୍ ୨୦୨୫ ଆର୍ଥିକ ବର୍ଷରେ ୧୫,୦୦୦-୨୦,୦୦୦ ଫ୍ରେଶରଙ୍କୁ ଦେବ ନିଯୁକ୍ତି

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍, ଆର୍ଥିକ ବର୍ଷ ୨୦୨୫ ପାଇଁ ପ୍ରାୟ ୧୫,୦୦୦-୨୦,୦୦୦ ଫ୍ରେସର ନିଯୁକ୍ତ କରିବ, ଯାହା ସମ୍ପ୍ରତି ତଥା ଆଗାମୀ କଲେଜ ସ୍ନାତକମାନଙ୍କୁ ଆଇଟି ଚାକିରିର ଅଫରରେ ହ୍ରାସ ପରେ ପୁଣି ଆଶା ବଢ଼ାଇବ ।

ଇନଫୋସିସ୍ ଆର୍ଥିକ ବର୍ଷ୨୪ ରେ ୧୧,୯୦୦ ଫ୍ରେଶର୍ ନିଯୁକ୍ତ କରିଥିଲା, ଯାହା ଆର୍ଥିକ ବର୍ଷ ୨୩ ରେ ନିଯୁକ୍ତ ୫୦,୦୦୦ ରୁ ଅଧିକ ଫ୍ରେଶର୍ ଠାରୁ ୭୬ ପ୍ରତିଶତ କମ୍ ।

ଜୁଲାଇ ୧୮ ରେ କମ୍ପାନୀର ପ୍ରଥମ ତ୍ରୈମାସିକ ରୋଜଗାର ସମ୍ମିଳନୀ କଲ୍ ରେ ସୂଚନା ଦେଇ ଇନଫୋସିସ୍ ମୁଖ୍ୟ ଆର୍ôଥକ ଅଧିକାରୀ (ସିଏଫଓ) ଜୟେଶ ସଙ୍ଘରାଜକା କହିଛନ୍ତି, “ଗତ କିଛି ତ୍ରୈମାସିକରେ ଆମେ ଏକ ନିଯୁକ୍ତି ଭିତ୍ତିରେ ଆଗକୁ ବଢ଼ିଛୁ । କ୍ୟାମ୍ପସ୍ ଭିତରେ ଏବଂ ବାହାରେ ଫ୍ରେଶର୍ ନିଯୁକ୍ତ କରୁଛୁ ।’

ଏହି ତ୍ରୈମାସରେ ଆମର ୨୦୦୦ ଲୋକଙ୍କର ହ୍ରାସ ଘଟିଥିଲା, ଯାହା ପୂର୍ବ କ୍ୱାର୍ଟର୍ସ ତୁଳନାରେ କମ୍ ଥିଲା । ଆମର ଉପଯୋଗ ୮୫ ପ୍ରତିଶତରେ ଅଛି, ତେଣୁ ଆମର ବର୍ତ୍ତମାନ ବହୁତ କମ୍ ପରିସର ବାକି ଅଛି । ଅଭିବୃଦ୍ଧି ଦେଖିବା ମାତ୍ରେ ଆମେ ନିଯୁକ୍ତି ଉପରେ ଦୃଷ୍ଟି ରଖିବୁ । ”

ସେ କହିଛନ୍ତି, ‘ଚଳିତ ବର୍ଷ ୧୫,୦୦୦-୨୦,୦୦୦ ଫ୍ରେସର ନିଯୁକ୍ତି କରିବାକୁ ଯୋଜନା କରୁଛୁ, ଯାହାକି ଏହା ଉପରେ ନିର୍ଭର କରେ କି ଆମେ ବିକାଶକୁ କେଉଁଭଳି ଭାବରେ ଦେଖୁଛୁ ।’ ତେବେ ସେ ପ୍ରଥମ ତ୍ରୈମାସରେ ନିଯୁକ୍ତ ଫ୍ରେଶରଙ୍କ ସଂଖ୍ୟା ପ୍ରକାଶ କରି ନାହାଁନ୍ତି ।

ଏହି ସମୟରେ, ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ) ଆର୍ଥିକ ବର୍ଷ ୨୦୨୫ ରେ ପ୍ରାୟ ୪୦,୦୦୦ ଫ୍ରେଶର୍ ନିଯୁକ୍ତ କରିବ, ଯେଉଁଥିରୁ ଏହା ପ୍ରଥମ ତ୍ରୈମାସରେ ପ୍ରାୟ ୧୧,୦୦୦ ଟ୍ରେନିଂ ନିଯୁକ୍ତ କରିଛି ।

Get real time updates directly on you device, subscribe now.