ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୨୬୪ ରନ୍ କରି ଅଲଆଉଟ୍ ହୋଇଛି । ଭାରତ ସାମ୍ନାରେ ଏବେ ୨୬୫ ରନର ଟାର୍ଗେଟ୍ ।
ସେମି ଫାଇନାଲରେ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବାବେଳେ ବରୁଣ ଚର୍କମର୍ତ୍ତୀ ଅଷ୍ଟ୍ରେଲିଆର ୨ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।
ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ୨ଟି ୱିକେଟ୍ ମିଳିଛି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୭୩ ରନ୍ କରିଛନ୍ତି ।
ଆଜିର ମ୍ୟାଚ୍ ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ । ଦୁବାଇରେ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି ।
ସେମିଫାଇନାଲରେ ଭାରତୀୟ ଟିମ୍ ବ୍ଲାକ୍ ଆର୍ମ ବ୍ୟାଣ୍ଡ ପିନ୍ଧି ମିଦାନକୁ ଓହ୍ଲାଇଛି । ସ୍ପିନର ପଦ୍ମକର ଶିଭଲକରଙ୍କ ବିୟୋଗ ପାଇଁ ବ୍ଲାକ ବ୍ୟାଣ୍ଡ ପିନ୍ଧିଥିବା କୁହାଯାଉଛି ।