fbpx

ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ହେବ ଯାଞ୍ଚ୍‌, ଅବଢ଼ାର ଶୁଦ୍ଧତା ପାଇଁ ନିୟୋଜିତ ହେବେ ଫୁଡ୍ ଇନ୍ସପେକ୍ଟର: ଆଇନ୍ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ପରୀକ୍ଷଣ ହେବ ଅବଢ଼ାର ମାନ  । ରୋଷ ଘରକୁ ଯାଉଥିବା ସାମଗ୍ରୀ ଏବଂ ବାହାରୁଥିବା ଅବଢ଼ାର ମାନ ପରୀକ୍ଷଣ ହେବ । ଏଥିପାଇଁ ଫୁଡ୍ ଇନ୍ସପେକ୍ଟର ନିୟୋଜିତ ହେବେ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ପ୍ରତିଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ହଜାର ହଜାର ଭକ୍ତ ଆସିଥାନ୍ତି । ଶ୍ରୀମନ୍ଦିର ଅବଢ଼ା ଖାଇବା ପାଇଁ ଅଧିକାଂଶ ଭକ୍ତଙ୍କ ଇଚ୍ଛା ଥାଏ । ନିକଟରେ ତିରୁପତି ଲଡୁ ବିବାଦକୁ ନେଇ ଅବଢ଼ାର ମାନ ପରୀକ୍ଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଆଇନ୍ ମନ୍ତ୍ରୀ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଏବଂ ରୋଷଶାଳାରୁ ଅବଢ଼ା ବାହାରିବା ପରେ ପରୀକ୍ଷଣ ହେବ । ଅବଢ଼ାର ଶୁଦ୍ଧତା ପାଇଁ ଫୁଡ୍ ଇନ୍ସପେକ୍ଟର ଗୁରୁଦାୟିତ୍ୱ ତୁଲାଇବେ । ଏହା ସହ ଭୋଜନରେ ବ୍ୟବହାର ହେଉଥିବା ଘିଅର ମଧ୍ୟ ମାନ ପରୀକ୍ଷଣ ହେବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ଆଗାମୀ ଦିନରେ ଶ୍ରୀମନ୍ଦିରରେ ଅବଢ଼ାକୁ ନେଇ ଯେପରି କୌଣସି ଅଭିଯୋଗ ନ ଆସେ ସେ ନେଇ ପଦକ୍ଷେପ ଗ୍ରହଣ କରିବା ଦିଗରେ ତତ୍ପରତା ଦେଖାଇଛନ୍ତି ଆଇନ୍ ମନ୍ତ୍ରୀ ।

Get real time updates directly on you device, subscribe now.