Instagram ଭିଡିଓ କ୍ରିଏଟର୍ସଙ୍କ ପାଇଁ ଖୁସି ଖବର, ଏଣିକି 3 ମିନିଟର ଭିଡିଓ କରିହେବ ଅପଲୋଡ..ମିଳିବ TikTokର ମଜା!
ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର । ଅପଲୋଡ଼ କରିହେବ 3 ମିନିଟର ଭିଡିଓ ।
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମର ମୁଖ୍ୟ ଏଡମ୍ ମୋସେରୀଙ୍କ ବଡ଼ ସୂଚନା । ଣିକି ୟୁଜର 3 ମିନିଟ ପର୍ଯ୍ୟନ୍ତ ଲମ୍ବା ରିଲ୍ସକୁ ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିପାରିବେ । ଏହା ଅନେକ ୟୁଜର୍ସଙ୍କ ପାଇଁ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁଁ ।
ପୂର୍ବରୁ ଭିଡିଓ ଅପଲୋଡର ସମୟସୀମା 90 ସେକେଣ୍ଡ ରହିଥିବା ବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ 90 ସେକେଣ୍ଡ କରାଯାଇଛି । ଏହା ଦ୍ବାରା ଅନେକ ଭିଡିଓ କ୍ରିଏଟର୍ସ ଲାଭାନ୍ବିତ ହେବେ ।
ଅପଲୋଡ କରିହେବ ଲମ୍ବା ଭିଡିଓ- ମୋସରୀ ଏକ ଭିଡିଓ ଜାରି କରି କହିଛନ୍ତି, ପୂର୍ବରୁ ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ ଡ୍ୟୁରେସନ 90 ସେକେଣ୍ଡ ରହିଥିଲା । ଏହା ଏକ ସର୍ଟ ଭିଡିଓ ପ୍ଲାଟଫର୍ମ ବୋଲି କୁହାଯାଉଥିଲା । 90 ସେକେଣ୍ଡର ଭିଡିରେ ମଧ୍ୟ ୟୁଜର୍ସ ଖୁସି ନଥିଲେ ।
ଏନେଇ ଅନେକ ୟୁଜର୍ସ ଫିଡବ୍ୟାକ ଦେଇଥିଲେ ଯେ, ଟାଇମ୍ ଡ୍ୟୁରେସନକୁ ବୃଦ୍ଧି କରିବା ଦରକାର । ବର୍ତ୍ତମାନ ଏହାକୁ 3 ମିନିଟ କରାଯାଇଥିବା ବେଳେ ୟୁଜର୍ସ ଏହା ଦ୍ବାରା ନିଜର କାହାଣୀକୁ ବିସୃତ ଭାବେ ଅପଲୋଡ କରିପାରିବେ ।
ଦିନକୁ ଦିନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ନୂଆ ନୂଆ ଫିଚର ରୋଲଆଉଟ କରୁଛନ୍ତି । ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ ସର୍ଟ୍ସର ଟାଇମ୍ ବୃଦ୍ଧି କରିଥିବା ବେଳେ ବର୍ତ୍ତମାନ ଇନଷ୍ଟାଗ୍ରାମ ମଧ୍ୟ ୟୁଜର୍ସଙ୍କୁ ଖୁସି କରିଛି ।