fbpx
BSKY
BJD YOUTH SKY
BJD MS SKY

ଆସୁଛି ନୂଆ ଫିଚର: ସାଙ୍ଗକୁ ଆଉ କହିପାରିବେନି ମିଛ, ଆପଣ ଯେଉଁଠି ଥିଲେ ବି କହିଦେବ ଇନ୍‌ଷ୍ଟାଗ୍ରାମ୍‌!

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ କହିଲେ ଏବେ ସବୁଠୁ ଆଗରେ ‘ଇନଷ୍ଟାଗ୍ରାମ୍‌’ ନାମ ଆସୁଛି। କାରଣ ବର୍ତ୍ତମାନ ଅନେକ ଲୋକ ଏହି ସୋସିଆଲ ମିଡ଼ିଆ ଆପକୁ ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି। ତେବେ ୨୦୨୪ ସୁଦ୍ଧା ବିଶ୍ୱରେ ବର୍ତ୍ତମାନ ପ୍ରାୟ ୧.୪ ବିଲିୟନ ଇନଷ୍ଟାଗ୍ରାମ୍‌ ୟୁଜର ଅଛନ୍ତି। ଆଉ ଏହି ଲୋକପ୍ରିୟ ଇନଷ୍ଟାଗ୍ରାମ୍‌ ଏକ ନୂଆ ଫିଚର୍‌ ଉପରେ କାମ କରୁଛି ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଯଦି ଆପଣ ‘ଇନଷ୍ଟାଗ୍ରାମ୍‌’ ୟୁଜର ହୋଇଥିବେ ତାହେଲେ ଏଣିକି ଆପଣ ଆପଣଙ୍କ ସାଙ୍ଗକୁ ମିଛ କହିପାରିବେନି। କାରଣ ‘ଇନଷ୍ଟାଗ୍ରାମ୍‌’,ଏବେ ‘ଫ୍ରେଣ୍ଡ ମ୍ୟାପ୍‌’ ନାମକ ଏକ ନୂଆ ଫିଚର୍‌ ଉପରେ କାମ କରୁଛି। ଯେମିତି ଇନଷ୍ଟାଗ୍ରାମରେ ଆପଣଙ୍କ ନାମ ଆପଣଙ୍କ ସାଙ୍ଗକୁ ଦେଖାଏ, ଠିକ୍‌ ସେହିପରି ଆପଣ କେଉଁଠି ଅଛନ୍ତି “ଫ୍ରେଣ୍ଡ ମ୍ୟାପ୍‌” ଫିଚର୍‌ ମାଧ୍ୟମରେ ଆପଣଙ୍କ ସାଙ୍ଗ ଦେଖି ପାରିବେ। ଫଳରେ ଆପଣ ସାଙ୍ଗକୁ ମିଛ କହି ପାରିବେନି। ତେଣୁ ଆପଣ ଯେଉଁଠି ବି ଥିଲେ ଇନ୍‌ଷ୍ଟଗ୍ରାମ ସବୁ କହିଦେବ।

ସୂଚନା ଥାଉକି, ଇନଷ୍ଟାଗ୍ରାମର ଏହି ‘ଫ୍ରେଣ୍ଡ ମ୍ୟାପ୍‌’ ଫିଚର୍‌ର ସ୍କ୍ରିନସଟ୍‌କୁ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ତେବେ ଉକ୍ତ ସ୍କ୍ରିନସଟ୍ ଅନୁଯାୟୀ, ଇନଷ୍ଟାଗ୍ରାମ୍‌ ବ୍ୟବହାରକାରୀମାନେ ତାଙ୍କ ସାଙ୍ଗ ଓ ବନ୍ଧୁ ଯେଉଁଠି ଥିଲେ ବି ଆପଣ ଦେଖିପାରିବେ । ଯେତେବେଳେ ଆପଣ ଆପଣଙ୍କ ଲୋକେସନ୍‌କୁ ଲୁଚାଇବାକୁ ଚାହଁବେ ସେତେବେଳେ ଆପଣଙ୍କୁ “Ghost Mode” ଅନ୍‌ କରିବାକୁ ପଡ଼ିବ । କିନ୍ତୁ ଏହା ମନେ ରଖିବା ଜରୁରୀ ଯେ ଆପ୍‌ରେ ଥିବା ସ୍ଥାନ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହେବ, ଅର୍ଥାତ୍ ଏହାର ସୁରକ୍ଷା ଉପରେ ମଧ୍ୟ ଫୋକସ୍‌ ରହିବ । ଇନଷ୍ଟାଗ୍ରାମରେ ଆସୁଥିବା ନୂଆ “ଫ୍ରେଣ୍ଡ ମ୍ୟାପ୍” ଫିଚର୍‌ ସ୍ନାପଚାଟର “ସ୍ନାପ୍ ମ୍ୟାପ୍” ସହିତ ସମାନ ହେବ, ଯାହା ପୂର୍ବରୁ ମଧ୍ୟ ଉପଲବ୍ଧ ରହିଛି । ଏହିପରି ଫିଚର୍‌ଗୁଡିକ ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନରେ ମଧ୍ୟ କାମ କରିବ ।

ଏଠାରେ କହି ରଖୁ ଯେ, ଏହି ”ଫ୍ରେଣ୍ଡ ମ୍ୟାପ୍” ଫିଚର୍‌ ବୋଧହୁଏ ବୈକଳ୍ପିକ ହେବ, ଅର୍ଥାତ୍ ଆପଣ ଏହାକୁ ଟର୍ନ୍ ଅନ୍ କରିବେ କି ନାହିଁ ତାହା ଆପଣ ନିଜେ ସ୍ଥିର କରିବେ । କିନ୍ତୁ ଇନଷ୍ଟାଗ୍ରାମ ଏହାକୁ ଟର୍ନ୍ ଅନ୍ କରିବ ନାହିଁ । ତେଣୁ ଏହାକୁ ଟର୍ନ୍ ଅନ୍ କରିବେ କି ନାହିଁ ଏହା ଆପଣଙ୍କ ଉପରେ ନିର୍ଭର କରେ। ତେବେ ଏହି ନୂଆ ଫିଚର୍‌ ଉପରେ ଏବେ କାମ ଚାଲିଛି କି ନାହିଁ ଓ ଏହା ଇନଷ୍ଟାଗ୍ରାମ ଆପ୍‌କୁ କେବେ ଆସିବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Get real time updates directly on you device, subscribe now.