fbpx

ବେଦୀକୁ ଯିବା ବଦଳରେ ଜୁଇକୁ ଗଲେ, ବରଯାତ୍ରୀ କଲେ ଅନ୍ତିମ ସତ୍କାର

ନୂଆଦିଲ୍ଲୀ : ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିବାହ ବେଦୀରେ ବସିବା ପାଇଁ ସଜ ହେଉଥିବା ବର ପାଇଁ କୋକେଇ ସଜାଇଛି । ଯେଉଁ ଅଗ୍ନିକୁ ସାକ୍ଷୀ ରଖି ନିଜ ପାଇଁ ସାଥୀ ଆଣିଥାନ୍ତେ, ସେହି ନିଆଁରେ ଜଳି ପାଉଁଶ ହୋଇଗଲେ ଜଣେ ଯୁବକ । ବିବାହର ହସ ଖୁସୀ ମାହୋଲ କେଇଁ ମିନିଟରେ ଶୋକସ୍ଥଳରେ ପରିଣତ ହେଲା । ତେବେ କ’ଣ ଘଟିଲା ବର ସାଙ୍ଗରେ ଓ କାହିଁକି ଏମିତି ହେଲା ସେ ବିଷୟରେ ବସ୍ତୁତ ଭାବରେ ଜାଣନ୍ତୁ…

ଦିନକୁ ଦିନ ହୃଦଘାତ ଜନିତ ମୃତ୍ୟୁ ମାମଲା ବଢିବାରେ ଲାଗିଛି । କେତେ କେତେ ସେଲିବ୍ରେଟିମାନେ ମଧ୍ୟ ହୃଦଘାତ କାରଣରୁ ଜୀବନ ହାରିଛନ୍ତି । ସମାନ ଘଟଣା ମଧ୍ୟ ଏଠାରେ ଏହି ବର ସହ ଘଟିଲା । ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବର ହଠାତ୍ ହୃଦଘାତର ଶିକାର ହେଲା । ସେରୱାନି ପିନ୍ଧିବା ସମୟରେ ସେ ହାର୍ଟ ଆଟାକ୍ ର ଶିକାର ହେଲେ । ଆଉ ସେଇଠି ହିଁ ଟଳି ପଡିଲେ । ତୁରନ୍ତ ତାଙ୍କ ହସ୍ପିଟାଲ ନିଆ ଯାଇଥିଲା । କିନ୍ତୁ ସେତେବେଳକୁ ପ୍ରାଣ ବାୟୁ ଉଡି ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କେଲ ।

ଶେଷରେ ବେଦୀରେ ବସିବା ପରିବର୍ତ୍ତେ ଜୁଇରେ ଶୋଇଲେ । ହୋମ ନିଆଁ ବଦଳରେ ନିଆଁରେ ଜଳିଗଲେ । ଯେଉଁ ବରଯାତ୍ରୀମାନେ ବରକୁ ନେଇ ଶୋଭାଯାତ୍ରାରେ କନିଆ ଘର ଯାଇଥାନ୍ତେ, ଶେଷରେ ସେଇମାନେ ତାଙ୍କୁ ଶଶ୍ମାନ ଘାଟକୁ ନେଇଯାଇଥିଲେ । ଏଭଳି ଶୋକାକୁଳ ପରିବେଶରେ ଫାଟିପଡିଥିଲା ଗାଁ । ସେପଟେ ବରର ମୃତ୍ୟୁ ଖବର ଶୁଣି କନିଆ ଘର ଲୋକଙ୍କ ଅବସ୍ଥା ଠିକ୍ ନଥିବା ଜଣାପଡିଛି । ଉତ୍ତରପ୍ରଦେଶର ବାହରାଇଚରୁ ଏଭଳି ଏକ ଦୁଃଖଦ ଖବର ଆସିଛି ।

Get real time updates directly on you device, subscribe now.