fbpx

Big Breaking… ‘INDIA’ ବଦଳରେ ଲେଖାହେବ ‘ଭାରତ’: ଜି-୨୦ ସମ୍ମିଳନୀର ID Cardରେ ବଦଳିଲା ଦେଶର ନାଁ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ନାଁ ପରିବର୍ତ୍ତନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦେଶର ଇଂରାଜୀ ନାମ ‘ଇଣ୍ଡିଆ’କୁ ପରିବର୍ତ୍ତନ କରି ‘ଭାରତ’ ରଖିବା ପାଇଁ କୁହାଯାଉଛି । ତେବେ ଏହା ଭିତରେ ଆସନ୍ତା ଜି-୨୦ ସମ୍ମିଳନୀରୁ ହିଁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀରେ ଭାରତର ସମସ୍ତ ପ୍ରତିନିଧି ଏବଂ ବ୍ୟୁରୋକ୍ରାଟ ମାନଙ୍କ ପରିଚୟ ପତ୍ରରେ ‘ଇଣ୍ଡିଆ’କୁ ସ୍ଥାନାନ୍ତରିତ କରିବ ‘ଭାରତ’ । ଆଇଡି କାର୍ଡରେ ‘ଇଣ୍ଡିଆ ଅଫିସିଆଲ’ ସ୍ଥାନରେ ‘ଭାରତ ଅଫିସିଆଲ’ ଲେଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହିତ ପ୍ରଧାନମନ୍ତ୍ରୀଙ୍କ ଷ୍ଟାମ୍ପରେ ମଧ୍ୟ ‘ଭାରତ ଅଫିସିଆଲ’ ବୋଲି ଲେଖା ରହିବ । ଭାରତର ମୂଳ ନାମକୁ ସମ୍ମାନ ଦେବା ଦିଗରେ ଏହା ସରକାରଙ୍କର ଏକ ବଡ଼ ନିଷ୍ପତ୍ତି ହୋଇପାରେ ।

Get real time updates directly on you device, subscribe now.