ଏହି ଫସଲରେ କ୍ଷତି ହେଲେ ନାହିଁ Tension, ମିଳିବ ବୀମା ରାଶି

ନୂଆଦିଲ୍ଲୀ- ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ମୌସୁମୀ ବିମୁଖତା ପାଇଁ ଚାଷରେ କ୍ଷତି ହେଲେ ଚାଷୀଙ୍କୁ ମିଳିବ ଟଙ୍କା । ଏହି ଟଙ୍କା ବୀମୀ ଟଙ୍କାରେ ଭରଣା ହେବ । ଏଣିକି ଉଦ୍ୟାନ କୃଷିର ହେବ ବୀମା । ଉଦ୍ୟାନ କୃଷିକୁ ବୀମାରେ ସାମିଲ କରିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି । ଏହି ବୀମାରେ ରବି ଚାଷ ପାଇଁ ଚାଷୀ ଡିସେମ୍ବର ୩୧ ମଧ୍ୟରେ ଆବେଦନ କରିପାରିବେ । ଚାଷୀଙ୍କ ହିତ ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛନ୍ତି ହରିଆଣାର ସରକାର ।

ରାଜସ୍ଥାନ ଉଦ୍ୟାନ ବିଭାଗ ତରଫରୁ ପ୍ରତି ଜିଲ୍ଲାରେ ରବି ଋତୁରେ ହେଉଥିବା ପିଜୁଳି, ଆମ୍ବ, ବାଇଗଣ, ଫୁଲକୋବି, ରସୁଣ, ଟମାଟୋ ପରି ଫସଲକୁ ବୀମାରେ ସାମିଲ କରିଛନ୍ତି । ଏଥିପାଇଁ ଭାରତ କୃଷି ବୀମା କମ୍ପାନୀ ଲିମିଟେଡରେ ୩୧ ଡିସେମ୍ବର ଭିତରେ ଆବେଦନ କରିବାକୁ ହେବ । ଚାଷୀ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ । ଉଦ୍ୟାନ ଚାଷର ବୀମା ପାଇଁ ବୀମା ରାଶି ୫ ପ୍ରତିଶତ ପ୍ରିମିୟମ କୃଷକଙ୍କୁ ଦେବାକୁ ହେବ । ଯାହାର ସିଧା ଲାଭ ଚାଷୀ ପାଇପାରିବେ ।

ଟମାଟୋ ପାଇଁ ବୀମା ରାଶି ପ୍ରତି ହେକ୍ଟର ୭୬,୧୧୭ ଟଙ୍କା ଚାଷୀଙ୍କୁ ମିଳିବ । ଏଥିପାଇଁ ଚାଷୀଙ୍କୁ ପ୍ରିମିୟମ ଭାବେ ୩,୮୦୬ ଟଙ୍କା ପଇଠ କରିବାକୁ ହେବ । ସେହିପରି ବାଇଗଣ ପାଇଁ ହେକ୍ଟର ପିଛା ୯୦ ହଜାର ଟଙ୍କା ବୀମା ରାଶି, ଫୁଲ କୋବି ପାଇଁ ୧,୨୦,୦୦୦ ଟଙ୍କା, ପିଜୁଳି ପାଇଁ ୬୪,୪୬୮, ଆମ୍ବର ବୀମା ରାଶି ୧,୧୨,୦୦୦ ଟଙ୍କା ଓ ରସୁଣ ଚାଷ ପାଇଁ ଚାଷୀଙ୍କୁ ୧,୨-,୭୦୯ ଟଙ୍କା ବୀମା ରାଶି ମିଳିବ ।

ଏହି ବୀମାରେ ସାମିଲ ହେବାକୁ ହେଲେ ପ୍ରିମିୟମ ସହ ଚାଷୀଙ୍କୁ ସେମାନଙ୍କ ବର୍ତ୍ତମାନର ଫଟୋ, ଆଧାର, ବ୍ୟାଙ୍କ ପାସବୁକ କପି ଇ ମିତ୍ର ସେଣ୍ଟରରେ ଦାଖଲ କରିବାକୁ ହେବ । ବୀମା କରିବାକୁ ତଥା ବୀମା ରାଶି ଦାବି କରିବାକୁ ଏଗ୍ରୀକଲଚର ଇନ୍ସୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ ପ୍ରତିନିଧି ବା ଟୋଲଫ୍ରି ନମ୍ବର ୧୪୪୪୭ରେ ଯୋଗାଯୋଗ କରି ପାରିବେ ।