fbpx
BJD SKY
BJD SKY

କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ଆରମ୍ଭ ହେବ ସମନ୍ୱିତ B.ED. ପାଠ୍ୟକ୍ରମ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପଦକ୍ଷେପ

BJD

ନୂଆଦିଲ୍ଲୀ: କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ସମନ୍ୱିତ ବି.ଏଡ୍‍. ପାଠ୍ୟକ୍ରମ ଆରମ୍ଭ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେଇଛି । ଏଣିକି ଶିକ୍ଷକତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରେ ସିଧାସଳଖ ବି.ଏଡ୍‍. ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ଚାରିବର୍ଷିଆ ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନିଜ ଇଚ୍ଛା ମୁତାବକ ବିଭାଗରେ ନାମ ଲୋଖାଇପାରିବେ । ଏହାଦ୍ୱାରା ସେମାନେ ଏକା ସମୟରେ ସ୍ନାତକ ସହ ବି.ଏଡ୍‍. ହାସଲ କରିପାରିବେ । ଏହି ପାଠ୍ୟକ୍ରମକୁ ଏନ୍‍.ସି.ଟି.ଇ. ଅନୁମୋଦନ ମିଳିଛି ।

ତେବେ ଶିକ୍ଷା ମନ୍ତ୍ରଣାଳୟ ଦେଶର ୪୨ଟି ଶିକ୍ଷାନୁଷ୍ଠାନରେ ପାଇଲଟ୍‍ ପ୍ରକଳ୍ପ ଭାବେ ପ୍ରାଥମିକ ଭାବେ ଏହାକୁ କାର୍ଯ୍ୟକାରୀ କରିଛି । ଆଗାମୀ ୨୦୩୦ ସୁଦ୍ଧା ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଏହି ସମନ୍ୱିତ ବି.ଏଡ୍‍. ପାଠ୍ୟକ୍ରମକୁ ପ୍ରାଥମିକତା ଦିଆଯିବା ବୋଲି ଶିକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

Get real time updates directly on you device, subscribe now.