fbpx
BJD SKY
BJD SKY

କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ୍, ଅଗଷ୍ଟ ୩୧ ପର୍ଯ୍ୟନ୍ତ ବିଦେଶକୁ ଉଡ଼ିବନି ବିମାନ

BJD

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା ରୋକକୁ କେନ୍ଦ୍ର ସରକାର ୩୧ ଅଗଷ୍ଟ ଯାଏ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ଶୁକ୍ରବାର ଡିଜିସିଏ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ମହାମାରୀ କରୋନା ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖରେ କେନ୍ଦ୍ର ସରକାର ପ୍ରଥମଥର ପାଇଁ ଭାରତରୁ ବିଦେଶକୁ ଯିବାକୁ ଥିବା ଓ ବିଦେଶରୁ ଭାରତକୁ ଆସିବାକୁ ଥିବା ସମସ୍ତ ଧାର୍ଯ୍ୟ ବିମାନ ସେବା ଉପରେ ରୋକ ଲଗାଇଥିଲେ । ଏହି ବ୍ୟାନ ଅବଧି ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଇଥିଲା । ଏବେ ଏହାକୁ ପୁଣିଥରେ ଅଗଷ୍ଟ ୩୧ ଯାଏ ବଢ଼ାଇ ଦିଆଯାଇଛି ।

Get real time updates directly on you device, subscribe now.